ବାଙ୍କୀ : ଘର ଭିତରୁ ନବଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶୋଇବା ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମାତ୍ର ୭ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଥିଲା। ଆଜି ସକାଳେ କବାଟ ନ ଖୋଲିବାରୁ ଘର ଲୋକ ପୋଲିସକୁ ଖବର ଦେଇଥିଲେ। ମୃତ ସ୍ୱାମୀ ସ୍ତ୍ରୀଙ୍କ ନାଁ ଏହାରଣୀଧରଃ ସାହୁ ଏବଂ ନିରୁପମା ସାହୁ I ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିଲେ ଗତକାଲି ସେ ଗାଁକୁ ଆସିଥିଲେ । ଆଜି ସକାଳୁ ଉଭୟ ସ୍ୱାମୀ, ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାରେ କାରଣ ଏବେ ବି ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୁଇ ଜଣ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)