ପାର୍ବଣ କଟକଣା ବଢ଼ିଲା: ଟୁଇନ୍‌ ସିଟିରେ ଲାଗିଲା ନାଇଟ୍‌ କର୍ଫୁ୍ୟ, ଏଥର ଫୁଟିବନି ବାଣ

ଭୁବନେଶ୍ୱର : ଅକ୍‌ଟୋବର ୧: ରାଜ୍ୟରେ କଡ଼ାକଡ଼ି ହୋଇଛି ପାର୍ବଣ ଗାଇଡଲାଇନ୍‌ । ଅକ୍‌ଟୋବର ମାସରେ ଏକାଧିକ ପର୍ବ ପଡ଼ୁଥିବାରୁ ପାର୍ବଣ କଟକଣାକୁ କଠୋର କରିଛନ୍ତି ରାଜ୍ୟ ସରକାର । ଟୁଇନ୍‌ ସିଟି ଅକ୍‌ଟୋବର ୧୧ରୁ ୨୦ ତାରିଖ ଅର୍ଥାତ୍‌ ୧୦ ଦିନ ଯାଏଁ ନାଇଟ୍‌ କର୍ଫୁ୍ୟ ଜାରି ହେବ । ଏହି ସମୟରେ ମଧ୍ୟରେ ଭୁବନଶ୍ୱର-କଟକ ସହରର ରାତ୍ରି ୮ଟାରୁ ସକାଳ ୫ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ସେହିପରି ରାଜ୍ୟର ଅନ୍ୟ ସହରାଞ୍ଚଳରେ ସେପ୍‌ଟେମ୍ବର ମାସ ଭଳି ରାତ୍ରି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରି କାଳୀନ କର୍ଫୁ୍ୟ ବଳବତ୍ତର ରହିବ । ଏହାସହିତ ସାମାଜିକ, ରାଜନୈତିକ, ଧାର୍ମିକ, ପଦର୍ଶନୀ ଓ ବାଣିଜ୍ୟ ମେଳାକୁ ବାରଣ କରାଯାଇଛି ।
ରାଜ୍ୟ ସରକାର ପାର୍ବଣରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି । ଦଶହରା ଓ ଦୀପାବଳି ମସମୟରେ ଲୋକେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି । ଦଶହରା ଦିନ ଦୁର୍ଗାପୂଜାର ଆୟୋଜକ କମିଟିମାନେ ରାବଣର କୁଶପୁତ୍ତଳିକା ଦାହ ସମୟରେ ବହୁ ମାତ୍ରାରେ ବାଣ ଫୁଟାଇଥାନ୍ତି । ଏହାକୁ ରାଜ୍ୟ ସରକାର ବାରଣ କରିଛନ୍ତି ।
କଟକ ଓ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଦୋକାନ ଓ ବଜାର ପୂର୍ବ ଭଳି ଖୋଲା ରହିବ । ଏହାଛଡ଼ା ସିନେମା ହଲ୍‌ରେ କେମିତି କୋଭିଡ୍‌ ନିୟମ ପାଳନ କରାଯିବ, ସେ ସମ୍ପର୍କରେ ପରାମର୍ଶ ଦିଆଯାଇଛି । ବିବାହ, ବ୍ରତ ଆଦି ସମାବେଶରେ ୨୫୦ ଜଣଙ୍କୁ ଅନୁମତି ମିଳିବା ସହିତ ବିବାହ ଶୋଭାଯାତ୍ରା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । କର୍ଫୁ୍ୟ ସମୟରେ ଜରୁରୀକାଳୀନ ସେବା ପାଇଁ କଟକଣାକୁ କେହାଳ କରାଯିବ ।

Comments are closed.