ଭୁବନେଶ୍ୱର: ରାଜ୍ୟରେ କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଲାଗି ରହିଥିଲା ବେଳେ ଆସନ୍ତା ୨୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ବନ୍ୟା ସ୍ଥିତିକୁ ନେଇ ସେ ଆହୁରୀ କହିଛନ୍ତି ଯେ, ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି ।
ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କୁ୍ୟସେକ ପାଣି ମୁଣ୍ଡୁଳିରୁ ପ୍ରବାହିତ ହେଉଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କୁ୍ୟସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡୁଳିଠାରେ ଆସନ୍ତାକାଲି ସକାଳୁ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ, ଅନେକ ନଦୀ ବନ୍ଧ ଘଳିଆ ବନ୍ଦ କରାଯାଇଛି । ପ୍ରାୟ ୫୦ଟି ନଦୀ ବନ୍ଧ ଘଳିଆ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ୫ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛିଛ ବଡ଼ମ୍ବା, ନରସିଂହପୁର ନିକଟ ମହାନଦୀ, ଲୁଣା ଓ ମକରା ନଦୀ, କାଣୀ, ରାଜୁଆ ସହ ଆଜି କୁଶଭଦ୍ରାରେ ଘାଇ ହୋଇଥିବା ସୂଚନା ମିଳିଛି ।
ସେହିପରି, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟା ଦ୍ୱାର ପ୍ରଭାବିତ ହୋଇଥିବାବେଳେ ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆଜି ଓଡ୍ରାଫ, ଏନଡିଆରଏଫ, ଫାୟାର ସର୍ଭିସ ଅତିରିକ୍ତ ଟିମ ପଠାଯାଇଛି ।
ବନ୍ୟା ସ୍ଥିତିକୁ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ପାଣିରେ ଫସି ରହିଥିବା ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଛି । ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ମରାମତି କରାଯାଇଛି ।
Comments are closed.