ଭୁବନେଶ୍ୱର: ଫେବୃଆରୀ ୧୮: ରାଜ୍ୟରେ କୋହଳ ହେଲା କୋଭିଡ୍ କଟକଣା । ଆଜିଠୁ ହଟିଲା ସହରାଞ୍ଚଳ ନାଇଟ୍ କର୍ଫ୍ୟୁ । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କଟକଣା କୋହଳ କରାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ବର୍ତ୍ତମାନର କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଚଳିତ ଥରର ଓମିକ୍ରନ ଭାରିଆଣ୍ଟ ଏତେ ମାତ୍ରାରେ ଲୋକଙ୍କୁ କ୍ଷତି ପହଞ୍ଚାଇ ନାହିଁ । ଯାହା ପୂର୍ବରୁ ଆକଳନ କରାଯାଇଥିଲା । ତେବେ ରାଜ୍ୟର ଗ୍ରାମ ତଥା ସହରାଞ୍ଚଳରେ ଭ୍ୟାକ୍ସିନ ଓ ଟ୍ରାକିଂକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଥିବାରୁ ବର୍ତ୍ତମାନ କୋଭିଡ ସ୍ଥିତିରେ ଆଖି ଦୃଶିଆ ସୁଧାର ଅନୁଭବ କରାଯାଇଛି । ଏବଂ ଏଥିପାଇଁ ରାଜ୍ୟର ସହରାଞ୍ଚଳରେ କୋଭିଡ କାଳୀନ ନାଇଟ କର୍ଫ୍ୟୁକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
Comments are closed.