ପାଟନା: ଆସନ୍ତା ୨୪ ତାରିଖରେ ବିହାର ବିଧାନସଭା ଅଧିବେଶନ ବସିବ ଏବଂ ମହାମେଣ୍ଟ ସରକାର ଏହିଦିନ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ । ନୀତୀଶ କୁମାର ଗତକାଲି ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।ଏହାପରେ ପ୍ରଥମ କ୍ୟାବିନେଟ ବେଠକ ହୋଇଥିଲା ।
୨୪ ତାରିଖରେ ମହାମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ବୋଲି ଏହି ବେଠକରେ ନିଷ୍ପତ୍ତି ହୋଇଥିଲା । ଇତି ମଧ୍ୟରେ ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାଚସ୍ପତି ପଦ ଛାଡ଼ିବାକୁ ରାଜି ନଥିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି । ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିଧାନସଭା ସଚିବଙ୍କ ନିକଟରେ ଉପସ୍ଥାପନା କରାଯାଇଛି ବୋଲି ଜଣେ ବରିଷ୍ଠ ଜେଡିୟୁ ନେତା କହିଛନ୍ତ ।
ଏହାପରେ ଅଗଷ୍ଟ ୨୪ରେ ମହାମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ।ଅନ୍ୟପକ୍ଷେ ଅଗଷ୍ଟ ୧୬ ତାରିଖରେ କ୍ୟାବିନେଟ ସମ୍ପ୍ରସାରଣ ହେବ । ଅନ୍ୟ ମନ୍ତ୍ରୀମାନେ ଏହିଦିନ ଶପଥ ନେବେ । ୨୪୨ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୭ ବିଧାୟକ ଥିବାବେଳେ ଜେଡିୟୁର ୪୫ ଏବଂ ଜିତନ ରାମ ମାଂଝିଙ୍କ (ହାମ୍ସ) ଦଳର ୪, ଆରଜେଡିର ୭୯, କଂଗ୍ରେସର ୧୯, ସିପିଆଇ(ଏମ୍-ଏଲ)ର ୧୨, ସିପିଆଇର ୪ ଏବଂ ଏଆଇଏମ୍ଆଇଏମର ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଜେଡିୟୁ ଏବଂ ଆର୍ଜେଡି , ହାମ-କଂଗ୍ରେସ-ସିପିଆଇ (ଏମ-ଏଲ)-ସିପିଆଇ ମହାମେଣ୍ଟର ବିଧାୟକ ସଂଖ୍ୟା ୧୬୩ । ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ନୀତୀଶଙ୍କୁ ସମର୍ଥନ ଦେବେ ବୋଲି କହି ସାରିଛନ୍ତି ।
Comments are closed.