ପୁରୀ:ପୁରୀ ଚନ୍ଦନ ଯାତ୍ରାରେ ବାଣ ମନା। ବାଣ ଫୁଟାଇବାକୁ ନିଷେଧ କରାଯାଇଛି ଚନ୍ଦନ ଯାତ୍ରାରେ।ପୁରୀ ଚନ୍ଦନ ଯାତ୍ରା ବେଳେ ଇନ୍ସୁରାନ୍ସ ବ୍ୟବସ୍ଥା ରହିବ। ଏହି ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।ଭକ୍ତ ଓ ସେବାୟତଙ୍କ ପାଇଁ ରହିବ ଇନ୍ସୁରାନ୍ସ ବ୍ୟବସ୍ଥା ରହିଛି। ସବୁଠୁ ବଡ଼ କଥା
ଏଥର ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଚନ୍ଦନ ଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ ମିଳିଛି।ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ୨ଟି ଫାଷ୍ଟଏଡ୍ ସେଣ୍ଟର’ ରହିବ। ଅନ୍ୟପଟେ ଭିତର ରତ୍ନଭଣ୍ଡାର କାମ ସରିଛି, ବାହାର ରତ୍ନଭଣ୍ଡାର କାମ ଜାରି ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଗତ ଥର ପୁରୀ ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣରେ ମୃତ୍ୟୁ ଜନିତ ଘଟଣାକୁ ଆଖି ଆଗରେ ରଖି ଏଥର ଯାତ୍ରାରେ ବାଣକୁ ମନା କରାଯାଇଛି।