ସୁପ୍ରିମ୍‌ କୋର୍ଟ: କରୋନା ଭାଇରସ୍‌ ଟିକା ନେବା ପାଇଁ ବାଧ୍ୟ କରାଯିବ ନାହିଁ

ନୂଆଦିଲ୍ଲୀ: ମେ ୦୨: ଦେଶରେ ଆଜି କରୋନା ଭାଇରସ୍‌ ଟିକାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କରୋନା ଭାଇରସ୍‌ ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଛନ୍ତି । ଏଥିସହିତ କୋର୍ଟ ଆହୁରୀ ମଧ୍ୟ କହିଛି ଯେ, ଟିକା ନେବା ସକାଶେ ବାଧ୍ୟ କରାଯିବ ନାହିଁ ହେଲେ, ସର୍ବସାଧରଣଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ନିମନ୍ତେ ସରକାର ନୀତି ଗଠନ କରିବା ସହିତ କିଛି ସର୍ତ୍ତାବଳି ଲାଗୁ କରିପାରିବେ । ବିଚାରପତି ଏଲ୍‌. ନାଗେଶ୍ୱର ରାଓ ଏବଂ ବି.ଆର୍‌. ଗାୱାଇଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୁପ୍ରିମ୍‌ କୋର୍ଟ କହିଛନ୍ତି,
* ଟିକା ନେଇଥିବା ବ୍ୟକ୍ତିମାନଙ୍କଠାରୁ ଟିକା ନ ନେଇ ଥିବା ବ୍ୟକ୍ତିମାନେ ଯେ, ଅଧିକ ଭୂତାଣୁ ବିସ୍ତାର କରୁଛନ୍ତି, ଏହାକୁ ପ୍ରମାଣ କରିବା ଲାଗି ସରକାର କୌଣସି ତଥ୍ୟ ଦାଖଲ କରିପାରି ନାହାନ୍ତି । ଏଣୁ ଟିକା ନ ନେଇ ଥିବା ଲୋକମାନଙ୍କୁ ସର୍ବସାଧାଣ ସ୍ଥାନକୁ ଛଡ଼ାଯିବାରେ ପ୍ରତିବନ୍ଧକ ଲାଗୁ କରିବା ଉଚିତ୍‌ ନୁହେଁ ।

* ସର୍ବସଧାରଣ ସ୍ଥାନକୁ ଯିବାରେ ଟିକା ନ ନେଇଥିବା ବ୍ୟକ୍ତିମାନଙ୍କ ପ୍ରତି କେତେକ ରାଜ୍ୟ କଟକଣା ଓ ସର୍ତ୍ତାବଳି ଜାରି କରିବା ହେଉଛି ସେ୍ୱଚ୍ଛାଚାର । ଏବକାର ମହାମାରୀ ପରିସ୍ଥିତିକୁ ନଜରେ ରଖି ସେମାନେ କଟକଣା ଓ ସର୍ତ୍ତାବଳି ପ୍ରତ୍ୟାହାର କରିନେବା ଉଚିତ୍‌ ।

* ସାମ୍ପ୍ରତିକ ଟିକା ନୀତିକୁ ଅପ୍ରାସଙ୍ଗିକ କୁହାଯାଇ ପାରିବ ନାହିଁ ବୋଲି ହୃଦେ୍ୱାଧ ହେଉଥିଲେ ମଧ୍ୟ ଏହା ଅଯୌକ୍ତିକ ବୋଲି ସ୍ପଷ୍ଟ ଜଣାପଡୁଛି ।

* କୋଭିଡ୍‌-୧୯ ଟିକା ନେବା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପ୍ରଭାବର ତଥ୍ୟାବଳିକୁ ସାର୍ବଜନୀନ କରିବା ପାଇଁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.