କାନ୍ଦି ପକାଇଲେ ନୋରା

ମୁମ୍ବାଇ: ଭିନ୍ନ ଶୈଳୀ ଏବଂ ଚମତ୍କାର ନୃତ୍ୟ ପାଇଁ ରାତାରାତି ଷ୍ଟାର ପାଲଟିଥିବା ନୋରା ଫତେହୀ ଏବେ ବଲିଉଡ୍‌ର ନମ୍ବର ୱାନ୍‌ ଆଇଟମ ଡାନ୍ସର ଭାବେ ବିବେଚିତ ହୋଇଛନ୍ତି । ବହୁତ କମ୍‌ ସମୟରେ ହିଁ ହିନ୍ଦୀ ସିନେମା ଜଗତରେ ସବୁଠୁ ଗ୍ରାଣ୍ଡ୍‌ ଏବଂ ପପୁଲାର ଡିଭା ପାଲଟିଛନ୍ତି । ତେବେ ସଫଳତାର ଏହି ପାହଚରେ ପହଞ୍ଚିବା ପାଇଁ ନୋରାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି । ନିକଟରେ ଅଭିନେତ୍ରୀ ନୋରା ଏକ ଲୋକପ୍ରିୟ ଚାଟ୍‌ ଶୋରେ ତାଙ୍କର ସଂଘର୍ଷ ଦିନକୁ ମନେ ପକାଇଥିଲେ । ଅଭିନେତ୍ରୀ ହେବା ପୂର୍ବରୁ ତାଙ୍କୁ କଣ କରିବାକୁ ପଡ଼ିଥିଲା, ସେସବୁ ବିଷୟରେ ନୋରା କହି ଶୋରେ ହିଁ କାନ୍ଦି ପକାଇଥିଲେ । ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବା ପୂର୍ବରୁ ନୋରା ମୋରେMାରେ ରହୁଥଲେ, ଯେଉଁଠାରେ ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ ସହିତ ଆଗକୁ ବଢ଼ିବାକୁ ଶିଖିଥିଲେ । ନୋରାଙ୍କ କହିବା ଅନୁଯାୟୀ, ଏକ ମଲ୍‌ରେ ରିଟେଲ୍‌ ସେଲ୍ସ ଆସୋସିଏଟ ଭାବେ ସେ ତାଙ୍କର ପ୍ରଥମ ଚାକିରୀ ପାଇଥିଲେ । ସ୍କୁଲରେ ପାଠପଢ଼ା ସାରି ସେଠାକୁ ଯାଉଥିଲେ । ସେତେବେଳେ ନୋରାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଠିକ୍‌ ନଥିବାରୁ ସେ କମ୍‌ ବୟସରୁ ହିଁ ରୋଜଗାର କରିବା ଆରମ୍ଭ କରିଥିଲେ ବୋଲି ନୋରା କହିଛନ୍ତି । ମଲ୍‌ ପରେ ସେ ରେଷ୍ଟୁରାଣ୍ଟ, ବାର୍‌ରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ନୋରା ଏକ ଟେଲି ମାର୍କେଟିଂ କାର୍ଯ୍ୟାଳୟରେ ମଧ୍ୟ କାମ କରିଛନ୍ତି ଏବଂ ଲଟେରୀ ଟିକେଟ ମଧ୍ୟ ତାଙ୍କୁ ବିକ୍ରି କରିବାକୁ ପଡ଼ିଛି । ଆଉ ଏକ ଇଣ୍ଟରଭୁ୍ୟରେ ନୋରା ତାଙ୍କ ବଲିଉଡ୍‌ କ୍ୟାରିଅର ବିଷୟରେ କହିଥିଲେ ଯେ ଭାରତ ଆସିବା ପରେ ତାଙ୍କ ପାଇଁ ସବୁଠୁ ଚ୍ୟାଲେଞ୍ଜିଂ ଥିଲା ହିନ୍ଦୀ ଭାଷା । ହେଲେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ଘଣ୍ଟା ଘଣ୍ଟା ଧରି ହିନ୍ଦୀ ଶିଖୁଥିଲେ, ତଥାପି ତାଙ୍କୁ ଲୋକଙ୍କଠାରୁ ଅପମାନିତ ହେବାକୁ ପଡ଼ିଥିଲା । ଏପରିକି ତାଙ୍କର କହିବା ଶୈଳୀ ଶୁଣି ଲୋକମାନେ ହସୁଥିଲେ, ଯାହା ତାଙ୍କ ପାଇଁ ସବୁଠୁ ଦୁଃଖଦ ସମୟ ଥିଲା କହି ନୋରା ଇଣ୍ଟରଭୁ୍ୟରେ କାନ୍ଦି ପକାଇଥିଲେ । କମରିୟା, ସାକି ସାକି ପରି ଗୀତରେ ଆଇଟମ୍‌ ଡାନ୍ସ କରି ଚର୍ଚ୍ଚାକୁ ଆସିଥିବା ନୋରା ଶେଷ ଥର ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ନଜର ଆସିଥିଲେ ।

Comments are closed.