ପରିସ୍ରାରେ ଚାଲିବ ଟ୍ରାକ୍‌ଟର

ମହଙ୍ଗା ପ୍ରେଟୋଲ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଧନୀ ଠାରୁ ଗରିବ ସମସ୍ତଙ୍କ ପକେଟକୁ ଏହି ମହଙ୍ଗା ମାଡ ବେଶ୍‌ ବାଧିଛି । ତେଣୁ ବର୍ତ୍ତମାନ ସମୟ ଆସିଛି ଏହାର ବିକଳ୍ପ ପାଇଁ ଚିନ୍ତା କରିବାର । ଏହି ବିକଳ୍ପ ପ୍ରସ୍ତୁତ ପାଇଁ ଅନେକ କମ୍ପାନୀ ଓ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି । ତେବେ ଏହା ମଧ୍ୟରେ ପେଟ୍ରୋଲର ବିକଳ୍ପ ଭାବେ ମନୁଷ୍ୟର ପରିସ୍ରାକୁ ବଛାଯାଇଛି ।

ଏହାକୁ ଭବିଷ୍ୟତରେ ଇନ୍ଧନର ବିକଳ୍ପଭାବେ ବ୍ୟବହାର ପାଇଁ କାର୍ଯ୍ୟ ଜାରି ରହିଛି । ମନୁଷ୍ୟଙ୍କର ପରିସ୍ରାରେ ଆମୋନିଆର ମାତ୍ରା ଖୁବ ଅଧିକଥାଏ, ଯେଉଁଥିରେ ଟ୍ରାକ୍‌ଟର ଚାଲିବା ସମ୍ଭବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ଆମେରିକୀୟ କମ୍ପାନୀ ଅମୋଗୀ ଆମୋନିଆରେ ଚାଲୁଥିବା ଏକ ଟ୍ରାକଫରର ନିର୍ମାଣ କରିଛନ୍ତି । କମ୍ପାନୀ ଏକ ଏଭଳି ରିୟାକଫରର ନିର୍ମାଣ କରିଛି ଯିଏ ଆମେନିଆକୁ ଭାଙ୍ଗି ହାଇଡ୍ରୋଜେନର ବ୍ୟବହାର କରି ଏଥିରୁ ଉର୍ଜା ବାହାର କରିବ । ଏହି ଉର୍ଜାକୁ ବ୍ୟବହାର କରି ଗାଡି ଚାଲିପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ବର୍ତ୍ତମାନ କମ୍ପାନୀ ଏହାକୁ ଟ୍ରାକଫରରେ ପରୀକ୍ଷଣ କରିଛି, ଭବିଷ୍ୟତରେ ଅନ୍ୟ ଯାନବାହାନରେ ମଧ୍ୟ ବ୍ୟବହାର କରାଯିବ ବୋଲି କମ୍ପାନୀର ଅଧିକାରୀ ମତ ଦେଇଛନ୍ତି ।

Har Ghar Tiranga