‘ସେଲ୍‌ଫି’ସ୍କ୍ୱାର୍ଡରେ ଦୁଇ ହସୀନା

ମୁମ୍ବାଇ: ବର୍ଷ ପ୍ରାରମ୍ଭରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଇମରାନ ହାସମୀ ଫିଲ୍ମ ‘ସେଲ୍‌ଫି’ର ଘୋଷଣା କରିଥିଲେ । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ସିନେମାକୁ ନେଇ ଉତ୍ସାହ ଦେଖାଦେଇଛି । କାରଣ ଏହା ପ୍ରଥମ ଅବସର ହେବ, ଯେଉଁଥିରେ ଅକ୍ଷୟ ଏବଂ ଇମରାନ ଏକତ୍ର ଅଭିନୟ କରୁଥିବା ନଜର ଆସିବେ । ଏବେ ଫିଲ୍ମକୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି । ଫିଲ୍ମରେ ଦୁଇ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଛି ।
 ‘ସେଲ୍‌ଫି’ସ୍କ୍ୱାର୍ଡରେ ଦୁଇ ହସୀନା

ଅକ୍ଷୟ କୁମାର ନିଜ ଟୁଇଟର ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ତାଙ୍କ ସହ ଇମରାନ ହାସମୀ, ନୁସରତ ଭରୁଚ୍ଚା ଏବଂ ଡାଏନା ପେଣ୍ଟି କାର୍‌ର ବ୍ୟାକ୍‌ ସିଟ୍‌ରେ ବସିଥିବା ନଜର ଆସୁଛନ୍ତି ।

 ‘ସେଲ୍‌ଫି’ସ୍କ୍ୱାର୍ଡରେ ଦୁଇ ହସୀନା
ଡାଏନା ପେଣ୍ଟି

ଏଥିସହ ସମସ୍ତଙ୍କ ହାତରେ ଫିଲ୍ମର ସ୍କ୍ରିଫଫ ସହ ସେଲଫି ଗୀତରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ରାଜ ମେହତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦୧୯ରେ ଆସିଥିବା ମଲୟାଲମ ଫିଲ୍ମ ଡ୍ରାଇଭିଂ ଲାଇସେନ୍ସର ହିନ୍ଦୀ ରିମେକ୍‌ ।

 ‘ସେଲ୍‌ଫି’ସ୍କ୍ୱାର୍ଡରେ ଦୁଇ ହସୀନା
ନୁସରତ ଭରୁଚ୍ଚା

ସୂଚନାରୁ ଜଣାପଡ଼ିଛି ଯେ ଫିଲ୍ମର କାହାଣୀ ଏକ ସୁପରଷ୍ଟାର ଉପରେ ଆଧାରିତ ହୋଇଛି, ଯିଏ ନିଜ ଡ୍ରାଇଭିଂ ଦକ୍ଷତା ପାଇଁ ପ୍ରସିଦ୍ଧ ହୋଇଛି । ତେବେ ଏହି ସୁପରଷ୍ଟାରଙ୍କ ଚରିତ୍ରରେ ଅକ୍ଷୟ କୁମାର ନଜର ଆସିବେ ଏବଂ ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଖବର ମିଳିଛି ।

Har Ghar Tiranga