ଶପଥ ନେଲେ ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ

ନୂଆଦିଲ୍ଲୀ: ଜୁଲାଇ ୦୮: ରାଜ୍ୟସଭାରେ ଶପଥ ନେଲେ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର ନିର୍ବାଚିତ ସାଂସଦ ମାନେ ପଦ ଓ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭାରେ ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ସୂଚନା ଥାଉକି, ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର । ପୂର୍ବରୁ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ ।

Comments are closed.