ଓଡ଼ିଆ BSF ଯବାନ ସହିଦ

ଭୁବନେଶ୍ୱର :ଆସାମ ତ୍ରିପୁରା ସୀମାରେ କାର୍ଯ୍ୟରତ ବସଫ ଯବାନ ସହିଦ I ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ । ତାଙ୍କ ନାଁ ଈଶ୍ୱର ଦୋରା I ସହିଦଙ୍କ ଘର କଳାହାଣ୍ଡି କେସିଙ୍ଗା ବ୍ଲକ ବେଲଖଣ୍ଡି ଅଂଚଳର I ସେ କିଛି ବର୍ଷ ତଳେ ବିବାହ କରିଥିଲେ I ତାଙ୍କର ଏକ କନ୍ୟା ସନ୍ତାନ ଅଛି I ଯବାନଙ୍କ ସହିଦ ଖବର ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ ସାରା ବେଲଖଣ୍ଡି ଗାଁରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାନୁସାରେ,BSF୪୨ ବାଟାଲିୟନ ରେ ଯବାନ ଭବରେ ଈଶ୍ୱର ଚନ୍ଦ୍ର ଦୋରା,ତ୍ରିପୁରାର ଲଙ୍କାମୁରା ଆଉଟପୋଷ୍ଟରେ ଅବସ୍ଥାପିତ ଥିଲେ I ଆଜି ସକାଳୁ ଅଗରତାଲା ଲଙ୍କାମୁରା ଆଇରନବ୍ରିଜ ତଳୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି I ତେବେ ଡିଉଟି ସମୟରେ ସେ କଲଭର୍ଟ ତଳକୁ ଖସି ପଡିଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି I

Comments are closed.