ତୁମେ ଅଛ ଫୁଲ ଫଳେ
ନଦୀ ଝର ଜଳେ
ଆସେ ଦିନ ରାତି ତୁମ
କରୁଣାର ବଳେ
ଆକାଶ ଛାତିରେ ତୁମେ
ଖଞ୍ଜି ଅଛ ତାରା
ଜହ୍ନରୁ ଖସେ ଆଲୋକ
ଜୋଛନାର ଧାରା
କଳାମେଘ କୋଳେ ତୁମେ
ଢାଳିଦିଅ ପାଣି
ଫଳରେ ମଧୁର ରସ
ଦେଇଅଛ ଜାଣି
ଫୁଲରେ ସୁବାସ ପୁଣି
ଶିଶୁ ଓଠେ ହସ
ଛବିଳ ସଂସାର ଗଢି
କରିଅଛ ବଶ
ତୁମରି ଆଦେଶେ ପକ୍ଷୀ
ଉଡେ ପର ଝାଡ଼ି
ଝରଣାଟି ଗୀତଗାଇ
ଯାଏ ଦୂରେ ମାଡି
ତୁମେ ବାନ୍ଧିଅଛ ସ୍ନେହ
ମମତାର ଡୋର
ଗଢ଼ିଛ ସରଗସମ
ସୁନ୍ଦର ଏ ଘର
ସବୁଠାରେ ଅଛ ଲୁଚି
ନ ଦିଅ ତ ଦେଖା
ମଣିଷ ଭୁଞ୍ଜଇ ସୁଖ
ଦୁଃଖ ଯାହା ଲେଖା
Comments are closed.