ୟୁକ୍ରେନରୁ ସୁରକ୍ଷିତ ଫେରିଲେ ବରଗଡର ଛାତ୍ର ଛାତ୍ରୀ

ବରଗଡ : ୟୁକ୍ରେନର ଖାର୍କିବ ସହରରେ ଯୁଦ୍ଧର ବିଭୀଷିକା ମଧ୍ୟରେ ଫସି ରହିଥିବା ବରଗଡ ଜିଲ୍ଲାର ଦୁଇ ମେଡିକାଲ ଛାତ୍ର ଛାତ୍ରୀ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି । ଇଣ୍ଡିଗୋ ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ଉଭୟ ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କେମ୍ପ ନିବାସୀ ଦୋରା ମାଣ୍ଡା ସୁବ୍ରମନ୍ୟମ୍‌ ଓ ମାଣ୍ଡା ର୍ନିମଳା ଦେବୀଙ୍କ ବଡ ଝିଅ ମାଣ୍ଡା ଜ୍ୟୋତିଶ୍ୱରି ଓ ବରଗଡ ମିନି ଷ୍ଟାଡିୟମ୍‌ ପଛ ପେଟ ରହୁଥିବା ଦିଲିପ କୁମାର ଦାଶ ଓ ଭାରତୀ ଦେବତାଙ୍କ ପୁଅ ଆୟୁଷ ଦାଶ ପହଞ୍ଚିବା ପରେ ସେଠାରେ ଓଡ଼ିଶା ସରକାରଙ୍କ ତରଫରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଝାରସୁଗୁଡ଼ାର ତେଲୁଗୁ କମ୍ୟୁନିଟି େୱଲ୍‌ଫାୟାର ଆସୋସିଏସନ୍‌ ଓଡିଶାର ସଭାପତି କେ. ରାମକ୍ରିଷ୍ଣା ଓ ତାଙ୍କ କର୍ମକର୍ତ୍ତା ,ଅତାବିରା କୋଶଳ ଆନ୍ଧ୍ର କଲଚରାଲ ଏସୋସିଏସନ୍‌ ର ସଭାପତି ଡି. ମୁରଲୀ କ୍ରିଷ୍ଣା,ଉପ ସଭାପତି କେ.ପି. ଶ୍ରୀନିବାସ ,ସମ୍ପାଦକ ଦୋରା ମାଣ୍ଡା ସୁବ୍ରମନ୍ୟମ୍‌, ବରଗଡ ରୁ ପ୍ରତାପ ଦାଶ ଓ ଉଭୟଙ୍କ ପରିବାର ବର୍ଗ ସେମାନଙ୍କୁ ସ୍ୱାଗତ କରିଥିଲେ । ନିଜ ଜନ୍ମ ମାଟିକୁ ସୁରକ୍ଷିତ ଭାବରେ ଫେରି ଆସିବା ପରେ ଉଭୟ ଡାକ୍ତରୀ ଛାତ୍ର ଛାତ୍ରୀ ବେଶ ଆଶ୍ୱସ୍ତ ଅନୁଭବ କରିଛନ୍ତି ।

ମାଣ୍ଡା ଜ୍ୟୋତିଶ୍ୱରି ଆଜି ନିଜ ଘରକୁ ପହଞ୍ଚି ନିଜ ପ୍ରତିକ୍ରିୟା ରେ ଯୁଦ୍ଧର ବିଭୀଷିକା ମଧ୍ୟରେ କଟାଇଥିବା ମୁହୂର୍ତ୍ତକୁ ବର୍ଣ୍ଣନା କରି କହିଛନ୍ତି ଯେ, ଗତ ସେପଟେମ୍ବର ୨୦୨୧ ରେ ସେ ୟୁକ୍ରେନ ର ସହର ଖାର୍କିବ୍‌ଠାରେ ଥିବା ଖାର୍କିବ ନେସନାଲ ମେଡିକାଲ ୟୁନିଭରସିଟିରେ ମେଡିକାଲ ପଢ଼ିବା ପାଇଁ ଦାଖଲ ହୋଇଥିଲେ । ସେହି ସହରରେ ଏକ ଆପର୍ଟମେଣ୍ଟରେ ଅନ୍ୟ ଛାତ୍ରୀମାନଙ୍କ ସହ ରହୁଥିଲେ । ସେ ଜଣେ ଜର୍ମାନ ଛାତ୍ରୀଙ୍କ ସହ ରହୁଥିଲେ । ଯୁଦ୍ଧ ଆରମ୍ଭ ପୂର୍ବରୁ ଅନ୍ୟ ରାଷ୍ଟ୍ରର ସରକାରମାନେ ଆଡଭାଇଜରି ଜାରି କରି ସେମାନଙ୍କ ଦେଶର ଅଧିବାସୀମାନଙ୍କୁ ଯଥାଶୀଘ୍ର ୟୁକ୍ରେନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ଅନୁସାରେ ସେମାନେ ୟୁକ୍ରେନ ଛାଡ଼ି ଚାଲି ଯାଇଥିଲେ । କି;ୁ ଆମକୁ ବହୁ ଡେରିରେ ଆଡଭାଇଜରି ଜାରି କରିବାରୁ ସେଠାରେ ଯୁଦ୍ଧ ଆରମ୍ଭ ହୋଇ ଯିବାରୁ ସବୁ ଭାରତୀୟ ଫସି ରହୁଥିଲୁ । ସେପଟେ କଲେଜ୍‌ ର ନିର୍ଦ୍ଦେଶ ଶତ ପ୍ରତିଶତ ଉପସ୍ଥିତି ଓ ଏପଟେ ଦେଶକୁ ଫେରିବାର କିଛି ବ୍ୟବସ୍ଥା ନାହିଁ ଭିତରେ ଆମେ ଫସି ଯାଇଥିଲୁ । ଆମ ସରକାର ୟୁକ୍ରେନ ଛାଡ଼ିବାକୁ ଆଡଭାଇଜରି ଜାରି କଲାବେଳେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଟ୍ରେନ ଯୋଗେ ୟୁକ୍ରେନ ସୀମା ପାର କରିବାର ଅଛି ବୋଲି କହିଥିଲେ ,ହେଲେ ଟ୍ରେନ ଷ୍ଟେସନକୁ ଗଲାବେଳେ କିଛି ବ୍ୟବସ୍ଥା ନାହିଁ କି ଯିବାକୁ କେହି ଦେଇ ନଥିଲେ । ଫଳରେ ବଙ୍କର ଭିତରେ ନଖାଇ ନପିଇ କିଛି ଦିନ ରହିବା ପରେ ପୁଣି ମାର୍ଚ୍ଚ ଦୁଇ ତାରିଖ ଅପରାହ୍ନ ୩ ଟା ରେ ସରକାରୀ ନିର୍ଦ୍ଦେଶ ଆସିଲା ସନ୍ଧ୍ୟା ୬ ଘଣ୍ଟା ମଧ୍ୟରେ ଖାର୍କିବ ଛାଡ଼ିବା ପାଇଁ । ହେଲେ ସେତେ ବେଳେ କିଛି ଯାନ ବାହାନ ନ ପାଇ ବାଧ୍ୟ ହୋଇ ଚାଲି ଚାଲି ପ୍ରାୟ ୨୫ ରୁ ୩୦ କିମି ଯାଇ ସୀମା ସ୍ଥିତ ପାଖାପାଖି ୩ ଘଣ୍ଟା ପରେ ପିସାଚିନ ରେ ପହଞ୍ଚିଥିଲୁ । ସେଠାରେ ପହଞ୍ଚିବା ଯାଏ କିଛି ଖାଇବାକୁ ପାଇ ନଥିଲୁ ,ହେଲେ ସୀମା ପାର ହେବାପରେ ଦୁଇ ଜଣଙ୍କ ପାଇଁ ଗୋଟିଏ କମଳା ଲେମ୍ବୁ ଓ ଗୋଟିଏ ଚକୋଲେଟ୍‌ ମିଳିଥିଲା । ଆମେ ସେଇଟା ପୂର୍ବ ୟୁକ୍ରେନରେ ଥିଲୁ ସେଠାରୁ ପଶ୍ଚିମ ୟୁକ୍ରେନ ଯାଏ ପ୍ରାୟ ୩୮ ଘଣ୍ଟା ବସ ଯୋଗେ ଯାଇଥିଲୁ । ତାର ବ୍ୟବସ୍ଥା ଭାରତୀୟ ଦୂତାବାସ ପକ୍ଷରୁ କରାଯାଇଥିଲା । ତାପରେ ପ୍ରାୟ ୫ କିମି ଚାଲି ଚାଲି ରୋମାନିଆ ସୀମାରେ ପହଞ୍ଚିଥିଲୁ । ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ଆମକୁ ରିସିଭ କରାଯାଇଥିଲା । ସେହିଠାରେ ହିଁ ଆମେ ସାଧାରଣ ଜୀବନ ଜୀଇଁ ପାରିଥିଲୁ । ପେଟ ପୁରା ଖାଇବାକୁ ,ପାଣି ପିଇବାକୁ ମିଳିଥିଲା । ତାପରେ ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୮ ଘଂଟା ସମୟର ଦିଲ୍ଲୀରେ ପହଞ୍ଚି ଥିଲୁ ।

ଅନ୍ୟ ପକ୍ଷରେ ଆୟୁଷ ଦାଶ ମଧ୍ୟ ସମାନ କଥା କହିଛନ୍ତି । ସେ ଗତ ଏପ୍ରିଲ ମାସରେ ଖାର୍କିବ ସହରର କାର୍କିବ ନେଶ୍‌ ନାଲ ମେଡିକାଲ ୟୁନିଭର୍ସଟି ରେ ନାମ ଲେଖାଇ ପଢିବାକୁ ଯାଇଥିଲେ । ସେ ସରକାରଙ୍କ ନିର୍ଦ୍ଦେଶନାମା ପରେ ଗୋଟିଏ ଜରାଜୀର୍ଣ୍ଣ ବଙ୍କର ମଧ୍ୟରେ ପ୍ରାୟ ଦଶ ଦିନ ନ ଖାଇ ନ ପିଇ କାଟିବା ପରେ ପ୍ରାୟ ୨୫ ରୁ ୩୦ କିମି ଚାଲି ଚାଲି ପିଶାଚିନ ପହଞ୍ଚିବା ପରେ ଆଜି ନିଜ ଜନ୍ମ ମାଟି କୁ ଫେରି ପୁନର୍ଜୀବନ ପାଇଲା ଭଳି ଲାଗିବା କଥା କହିଛନ୍ତି । ସେ ମଧ୍ୟ ଅନୁରୂପ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଯେ ମେଡିକାଲ ସିଟ ବୃଦ୍ଧି କରିବା ସହ ଦେଶରେ ମେଡିକାଲ ଫି କୁ କମ୍‌ କରାଯାଉ ।

Comments are closed.