ତୁର୍କୀ ସାମଗ୍ରୀ ବ୍ୟାନ କଲା ଓଡିଶା ବ୍ୟବସାୟୀ ମହାସଂଘ

0

ଭୁବନେଶ୍ୱର : ତୁର୍କୀରୁ ଆସୁଥିବା ଡାଲି ଜାତୀୟ ସାମଗ୍ରୀ, ସେଓ, ସିମେଣ୍ଟ ଆଦି ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ । ସେହିପରି ଚୀନର ସାମଗ୍ରୀକୁ ମଧ୍ୟ ଓଡ଼ିଶାରେ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହାସହ ବ୍ୟବସାୟୀ ମହାସଂଘ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି । ଅନଲାଇନ ଓ କର୍ପୋରେଟ ହାଉସକୁ ସରକାରଙ୍କ ସମର୍ଥନ ବିରୋଧରେ କଠୋର ହୋଇଛି ମହାସଂଘ । ସ୍ୱଦେଶୀ ଜାଗରଣ ମଞ୍ଚ ସହ ମିଶି ଅନଲାଇନ ସାମଗ୍ରୀ ବିକ୍ରିକୁ ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନଲାଇନରେ ଯେଉଁ କମ୍ପାନୀ ନିଜ ସାମଗ୍ରୀକୁ କମ ଦରରେ ବିକ୍ରି କରୁଛନ୍ତି ଓ ଖୋଲା ବଜାରରେ ବ୍ୟବସାୟୀଙ୍କଠାରୁ ଅଧିକ ଦର ନେଉଛନ୍ତି ସେମାନଙ୍କ ସାମଗ୍ରୀକୁ ବ୍ୟାନ କରାଯିବ । କୌଣସି ଅଫଲାଇନ ଦୋକାନରେ ସଂପୃକ୍ତ କମ୍ପାନୀର ସାମଗ୍ରୀ ବିକିବେନି ବ୍ୟବସାୟୀ । ଏପରିକି ଅନଲାଇନରେ ବିଭିନ୍ନ ବ୍ୟାଙ୍କଗୁଡିକ ବିଭିନ୍ନ ସମଗ୍ରୀଗୁଡିକରେ ଅତିରିକ୍ତ ଲାଭ ଅଫର ମାଧ୍ୟମରେ ଦେଉଛନ୍ତି । ତେଣୁ ସମୃକ୍ତ ବ୍ୟାଙ୍କଗୁଡିକୁ ମଧ୍ୟ ବୟକଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ମହାସଂଘ ।

Leave A Reply

Your email address will not be published.