ଭୁବନେଶ୍ୱର: ସେପ୍ଟେମ୍ବର ୮: ଟୋକିଓ ପାରାଅଲମ୍ପିକ୍ସରେ ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗିଲ୍ (ଏସ୍ଏଲ୍୩)ରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତି ଭାରତ ସମେତ ଓଡ଼ିଶାର ଗୌରବ ବଢ଼ାଇ ଦେଇଛନ୍ତି । ତାଙ୍କ ଖେଳକୁ ସମ୍ମାନ ଜଣାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬କୋଟି ଟଙ୍କା ସହିତ ଗ୍ରୁପ୍ ‘ଏ’ ସରକରୀ ଚାକିରି ପୁରସ୍କାର ସ୍ୱରୂପ ପ୍ରଦାନ କରିବେ ବୋଲି ଘୋଷଣ କରିଛନ୍ତି । ତେବେ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲା ବେଳେ ଆଜି ଚାକିରି ବିଷୟ ନେଇ ପ୍ରକାଶ କରିଛନ୍ତି । ଏସ୍ଏଲ୍୩ରେ ପ୍ରମୋଦ ସ୍ୱର୍ଣ୍ଣ ପ୍ରାପ୍ତ କରିଥିଲା ବେଳେ ମିକ୍ସଡ ଡବଲ୍ସ ବ୍ରୋଞ୍ଜ ଲଢ଼େଇରେ ପ୍ରମୋଦ ହାରି ଯାଇଥିଲେ । ଏହାପୂର୍ବରୁ ବିଶ୍ୱଚାମ୍ପିଆନ୍ରେ ସେ ୪ ଥର ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି ।
ପ୍ରମୋଦ ବରଗଡ଼ର ଅଟାବିରା ବାସୀନ୍ଦା । ଛୋଟବେଳୁ ସେ ଖେଳ ପ୍ରତି ଆକର୍ଷିତ ହୋଇଥିଲେ । ସେ ଅଧିକାଂଶ ସମୟ କ୍ରିକେଟ ଖେଳୁଥିଲେ । ୫ ବର୍ଷ ବୟସରୁ ତାଙ୍କ ବାମ ଗୋଡ଼ରେ ପୋଲିଓ ଚିହ୍ନଟ ହୋଇଥିଲା । କିନ୍ତୁ ସେ ଏଥିରେ ହାର ନମାନି ସଂଘର୍ଷ କରିଥିଲେ । ୨୦୦୫ରେ ସେ ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ଭାଗ ନେଇ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ସେ ୨୦୦୬ରେ ଏସିଆନ୍ ପାରା ଗେମ୍ସରେ ଚମତ୍କାର ଖେଳ ପଦର୍ଶନ କରିଥିଲେ । ଏବେ ତାଙ୍କ ପାଖରେ ପ୍ରାୟ ୧୦୦ଟି ଅନ୍ତର୍ଜାତୀୟ ପଦକ ରହିଛି । ସେଥିମଧ୍ୟରୁ ବ୍ୟାଡମିଣ୍ଟରେ ସେ ୫ଟି ପଦକ ପାଇଛନ୍ତି । ୱାଲïର୍ ଚାମ୍ପିୟନସିପ୍ ୨୦୦୯ରେ ସେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ଗୌରବ ବଢ଼ାଇଥିଲେ ।
Comments are closed.