ଭୁବନେଶ୍ୱର: ଅକ୍ଟୋବର ୨୬: ମମିତା ମେହେରଙ୍କୁ ଉଚିତ୍ ନ୍ୟାୟ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଏହି ଘେରାଉରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି । ଏତେ ସଂଖ୍ୟକ କଂଗ୍ରେସ ଛାତ୍ରଙ୍କ ଘେରାଉକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଖବର ମିଳିଛି ।
ଅନ୍ୟପକ୍ଷେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିଛନ୍ତି । ଏହି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଅଛନ୍ତି । ସୂଚନା ଅନୁସାରେ, ଆଜି ଏହି ଦଳ ସ୍ଥାନୀୟ ଲୋକ ଓ ପୋଲିସ ପ୍ରଶାସନ ସହ ମମିତା ମୃତୁ୍ୟ ମାମଲା ଓ କଲେଜ ଚାଲିଥିବା କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିବେ । ଏହାପରେ ମହାଲିଙ୍ଗ କଲେଜ ଓ ମୃତଦେହ ଉଦ୍ଧାର ହୋଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ।
Comments are closed.