ଭୁବନେଶ୍ୱର: ଜାନୁଆରୀ ୦୬: ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୧୦ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା । ତେବେ ଆଜି ଆଉ ପୁଣି ବିଏମ୍ସି ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି । ଏହାକୁ ମିଶାଇ ରାଜଧାନୀର ଏବେ ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବନ୍ଦ କରାଯାଇଛି ।
ଆଜି ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ସ୍ଥାନଟି ହେଉଛି-ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏ ଅଞ୍ଚଳ, ଶ୍ରୀକ୍ଷେତ୍ର ବିହାରରେ ୨ଟି ଅଞ୍ଚଳ । ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷରେ, ଓଡ଼ିଶାରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ପ୍ରକାଶ କରିଛନ୍ତି । କୋଭିଡ୍ ନିମୟକୁ ମାନିବା ସହିତ ମାସ୍କ ପରିଧାନ ଏବଂ ଆବଶ୍ୟକ ଥିଲେ ଘରୁ ବାହାରିବା ପାଇଁ ସେ ସଚେତନ କରାଇଛନ୍ତି ।
Comments are closed.