ଭୁବନେଶ୍ବର:ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ହେଲେ ଦାୟିତ୍ବମୁକ୍ତ । ଦାୟିତ୍ଵରେ ଥିବା ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୫ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି। ନଭେମ୍ବରରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ସୋ କଜ୍ ହୋଇଥିଲା ।ଏହା ବିରୋଧରେ ଅଧ୍ୟକ୍ଷା ଓ ସଦସ୍ୟ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ଆବେଦନ ଖାରଜ କରିବା ପରେ ଆକ୍ସନ ନେଇଛନ୍ତି ସରକାର।