ଭୁବନେଶ୍ୱର : ଆସନ୍ତା ମେ ୨ ରୁ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୫ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୨ ତାରିଖ ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ୩ଟି ସିଫ୍ଟରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ କରାଯିବ। ଛାତ୍ରଛାତ୍ରୀ ୱେବ୍ସାଇଟ୍ରୁ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା । ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ହେବ। ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବି ଫାର୍ମା ପରୀକ୍ଷା ହେବ । ୩ ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା/ଏଲ୍ଇ ଫାର୍ମା , ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍ବିଏ ପରୀକ୍ଷା ରହିଛି ।
ସେହିପରି ୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍ ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ (ଏକ ଘଣ୍ଟା ପରୀକ୍ଷା), ତୃତୀୟ ସିଫ୍ଟରେ ବି କ୍ୟାଟ୍ (ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍), ଏଲ୍ଟେକ୍ ବିଏସ୍ସି, ୬ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍ସିଏ ପରୀକ୍ଷା, ତୃତୀୟ ସିଫ୍ଟରେ ବି କ୍ୟାଟ୍ (ଫିଲ୍ମ ଏଡିଟିଂ), ଏମ୍ ଆର୍କ, ଏମ୍ ପ୍ଲାନ୍ ଓ ଏମ୍ଟେକ୍ ପରୀକ୍ଷା ରହିଛି ।
୧୦ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ଥିବାବେଳେ ୧୧ ତାରିଖ ପ୍ରଥମ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ/ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ, ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ/ଏମ୍ଏସ୍ସି ନର୍ସିଂ, ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ରହିଛି । ୧୨ ତାରିଖରେ ଏଲ୍ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ତିନୋଟି ଯାକ ସିଫ୍ଟରେ ରହିଛି ।