ଭୁବନେଶ୍ୱର: ଅକ୍ଟୋବର ୨୩: ଗୋଟିଏ ବୋଲି ରୋଜଗାରିଆ ଝିଅ ମମିତା ମେହରଙ୍କ ମୃତୁ୍ୟ ପରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ବାପା । ପରିବାର ଅର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି ବୋଲି କହିଛନ୍ତି ତାଙ୍କ ବାପା । ହତ୍ୟାକାରୀ ଗୋବିନ୍ଦକୁ ଫାଶି ଦିଆଗଲେ ଝିଅକୁ ନ୍ୟାୟ ମିଳିବ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷେ, ମମିତାଙ୍କ ହତ୍ୟାକାଣ୍ଡରେ ଲିଙ୍କରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ମହିଳା କୋକେଇ ଶୋଭାଯାତ୍ରା କରିଛି । ବିଜେପି ପାର୍ଟି ଅଫିସରୁ ଏହି ଶୋଭାଯାତ୍ରା ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଛି । ନବୀନ ନିବାସ ଆଡ଼କୁ ଯିବା ରାସ୍ତା ଶିଶୁ ଭବନ ଛକ ନିକଟରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଛି । ଫଳରେ ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କେତେକ ବିଜେପି କର୍ମୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ଭ୍ୟାନରେ ନେଇଛି ।
ଏହିଭଳ ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି? ଅନ୍ୟପକ୍ଷରେ ଆଇନ ତା’ ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed.