ସାତ ଦିନ ପାଇଁ ୬ଘଣ୍ଟା ବନ୍ଦ ରହିବ ରେଳବାଇ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ

ଭୁବନେଶ୍ୱର, ନଭେମ୍ବର ୧୭ : ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍‌ ପୂର୍ବ ସେବାକୁ ପର୍ଯ୍ୟାୟ କ୍ରମେ ଫେରାଇବା ପାଇଁ ରେଳବାଇ ଏକ ନୂତନ ପ୍ରୟାସ କରିଛି । ଏହି ପ୍ରୟାସ ଅନୁଯାୟୀ, ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ସମୟ ମଧ୍ୟରେ ପ୍ରତ୍ୟହ ୬ଘଣ୍ଟା ପାଇଁ ୭ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ଏହା ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ତଥ୍ୟର ଅପଗ୍ରେଡେସନ୍‌ ଏବଂ ନୂତନ ଟ୍ରେନ୍‌ ନମ୍ବରର ଅପଡେଟ୍‌ ଇତ୍ୟାଦି ସଠିକ କରିବ ।

ଯେହେତୁ ସମସ୍ତ ନିୟମିତ ମେଲ୍‌ / ଏକ୍‌ସପ୍ରେସ ଟ୍ରେନ ସହିତ ବହୁ ପୁରୁଣା ଟ୍ରେନ୍‌ ନମ୍ବର ଓ ବିଶେଷ ଟ୍ରେନ ଇତ୍ୟାଦିକୁ ସଂଯୋଗ କରାଇବା ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ଡାଟା ଅପଡେଟ୍‌ କରାଇବା କାର୍ଯ୍ୟ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାରେ ପର୍ଯ୍ୟାୟ କ୍ରମେ ସମ୍ପାଦନ କରିବାର ଯୋଜନା କରାଯାଇଛି । ସେଥି ପାଇଁ ଟିକେଟ୍‌ ବୁକିଂ ସେବାଗୁଡିକର ପ୍ରଭାବକୁ ନିର୍ଭୁଲ କରିବା ପାଇଁ ଯନିର ସହିତ କ୍ରମାଙ୍କନ କରିବା ଇତ୍ୟାଦିକୁ ରାତି ସମୟରେ କାର୍ଯ୍ୟକାରୀ କରାଯାଏ । ଏହି କାର୍ଯ୍ୟ ନଭେମ୍ବର ୧୪ ଏବଂ ୧୫ ମଧ୍ୟରାତିରୁ ଆରମ୍ଭ ହୋଇଛି ଏବଂ ତାହା ନଭେମ୍ବର ୨୧ ସକାଳ ମାଢ଼େ ୫ଟା ମଧ୍ୟରେ ଶେଷ କରାଯିବ । ଏହି ଛଅ ଘଣ୍ଟା ମଧ୍ୟରେ କୌଣସି ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ଯେପରିକି ଟିକେଟ୍‌ ସଂରକ୍ଷଣ, ସାମ୍ପ୍ରତିକ ବୁକିଂ, ବାତିଲ୍‌ , ଅନୁସନ୍ଧାନ ସେବା ଭଳି ବ୍ୟବସ୍ତା ଉପଲବ୍ଧ ହେବ ନାହିଁ । ପ୍ରଭାବିତ ସମୟ ମଧ୍ୟରେ ରେଳ କର୍ମଚାରୀମାନେ ଟ୍ରେନ୍‌ ଆରମ୍ଭ କରିବା ପାଇଁ ଅଗ୍ରୀମ ଚାର୍ଟିଂ ନିଶ୍ଚିତ କରିବେ । ଯାତ୍ରୀ ସଂରକ୍ଷଣ ପ୍ରଣାଳୀ ସେବା ବ୍ୟତୀତ, ୧୩୯ ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ ।

Comments are closed.