ଆସନ୍ତା କାଲି ସୁଦ୍ଧା ବାତ୍ୟା ସମ୍ଭାବନା: ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ସତର୍କ ଚିଠି ଦେଲେ ସ୍ୱତନ୍ତ୍ର ରିଲିଫ୍ କମିସନର
ଭୁବନେଶ୍ୱର: ମେ ୦୫: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ କେତୋଟି ଜିଲ୍ଲାମାନଙ୍କରେ ବାତ୍ୟା ହେବାର ସମ୍ଭାବନା ରିହଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ବାତ୍ୟାର ସମ୍ପର୍କରେ ସତର୍କ କରାଇବା ସହିତ ଲୋକଙ୍କ ସୁରକ୍ଷା ଓ ରିଲିଫ୍ ଖାଦ୍ୟର ବଣ୍ଟନ ବିଷୟରେ କୁହାଯାଇଛି ।
ସେହି ୧୮ଟି ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଗଜପତି, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଓ କନ୍ଧମାଳ ।
ଉକ୍ତ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ଜରୁରୀ ଅପରେସନ୍ ଅଫିସ୍ ଓ କଣ୍ଟ୍ରୋଲ୍ ରୁମ୍ ଖୋଲା ରଖିବା ସହିତ ଲୋକଙ୍କୁ ଅସୁରକ୍ଷିତ ସ୍ଥାନକୁ ନେବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ, ସମସ୍ତ ବାତ୍ୟା ଓ ବନ୍ୟା ଆଶୟସ୍ଥଳୀଗୁଡ଼ିକୁ ତନଖି କରିବା ଲାଗି ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚାନ ଥାଉଯେ, ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା କାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାପରେ ଏହା ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।
Comments are closed.