୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର: ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ମିଳୁ ବୋଲି ବହୁ ବର୍ଷରୁ ଦାବି ହୋଇଆସୁଥିଲା । ତେବେ ଏନେଇ ଆଜି ପଦ୍ମପୁରବାସୀଙ୍କୁ ସବୁଜ ସଙ୍କେତ ମିଳିଛି । ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ, କ୍ରିୟାନୁଷ୍ଠାନ କମିଟି ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲ । ଉକ୍ତ ବୈଠକରେ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା ।

ଏନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି ଯେ, ଆଚରଣ ବିଧି ଲାଗୁ ହୋଇଥିବାରୁ ବର୍ତ୍ତମାନ ଘୋଷଣା ଏହା ହୋଇପାରୁନି । ଆଗାମୀ ପଦ୍ମପୁର ଉପନିର୍ବବାଚନରେ ବିଜେଡିର ଇସ୍ତାହାରରେ ଏହାକୁ ପ୍ରକାଶ କରାଯିବ ।

କ୍ରିୟାନୁଷ୍ଠାନ କମିଟି ସଦସ୍ୟର ଆବାହକ ଉମେଶ ସାହୁ କହିଛନ୍ତି ଯେ , ଆଲୋଚନା ସଫଳ ହୋଇଛି । ଡିସେମ୍ବର ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଜେଡି ବିଧାୟକ ସୁଶାନ୍ତ ସିଂ କମିଟିକୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେହି ଅନୁରୋଧ କ୍ରମେ ଆଜି କମିଟିର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।

Comments are closed.