ଶ୍ରୀନଗର: ଜୁନ୍ ୧୮: ଆଜି ସକାଳେ ପାମ୍ପୋରା ଅଞ୍ଚଳରେ ଥିବା ଏକ ବିଲରୁ ନିହତ ପୋଲିସ ସବ୍ ଇନ୍ସେକ୍ଟର୍ ଫାରୁକ୍ ଅହମଦ୍ ମିର୍ଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲେ ମଧ୍ୟ ଏନେଇ ପୋଲିସ କୌଣସି ଅଫିସିଆଲ୍ ରିପୋର୍ଟ ପ୍ରକାଶ କରିନାହିଁ । ନିହତ ପୋଲିସ ଅଧିକାରୀ ଫାରୁକ୍ ଜମ୍ମୁ ଓ କଶ୍ମୀର ପୋଲିସର ‘ଇଣ୍ଡିଆନ୍ ରିଜର୍ଭ ପୋଲିସ୍’ ବା ଆଇଆର୍ପି ବାଟାଲିୟରେ ନିଯୁକ୍ତି ପାଇଥିଲେ ।
ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋରା ଅଞ୍ଚଳରେ ଡୁ୍ୟଟିରେ ନ ଥିବା ଫାରୁକ୍ଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପାମ୍ପୋର୍ ଅନ୍ତର୍ଗତ ସମ୍ବୂରାସ୍ଥିତ ବାସଭବନରୁ ସବ୍ ଇନ୍ସେକ୍ଟରଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ ନିକଟବର୍ତ୍ତୀ ବିଲରେ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।
କଶ୍ମୀର ଜୋନ୍ ପୋଲିସ କକହିଛନ୍ତି , ଗତ ସନ୍ଧ୍ୟାରେ ନିହତ ପୋଲିସ ଅଧିକାରୀ ଫାରୁକ୍ କାମ କରିବା ପାଇଁ ଘରୁ ଧାନ ବିଲକୁ ଯାଇଥିଲେ । ସେଠାରେ ଆତଙ୍କବାଦୀମାନେ ପିସ୍ତଲରୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି ।
Comments are closed.