ଯୁଦ୍ଧ ପ୍ରଭାବରେ ବିଶ୍ୱ ବଜାରରେ ବଢିବ ତେଲ ଦର

0

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକାର ପ୍ରବେଶ ପରେ, ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇବା ଆରମ୍ଭ କରିଛି। ଅଶୋଧିତ ତେଲ ପ୍ରାୟ ୨.୭ % ବୃଦ୍ଧି ପାଇ ବ୍ୟାରେଲ ପ୍ରତି $୭୯.୧୨ ରେ ପହଞ୍ଚିଛି । ସେହିଭଳି ଆମେରିକାର ଅଶୋଧିତ ତେଲ ୨.୮ % ବୃଦ୍ଧି ପାଇ ବ୍ୟାରେଲ ପ୍ରତି $୭୫.୯୮ ରେ ପହଞ୍ଚିଛି। ଏହା ଚଳିତ ବର୍ଷ ଜାନୁଆରୀ ପରଠାରୁ ସର୍ବୋଚ୍ଚ ସ୍ତର।ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି ।

ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ’ହରମୁଜ’ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି । ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା । ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ । ଯୁଦ୍ଧ ଯୋଗୁ ଏବେ ତେଲ ବଜାରରେ ପ୍ରଭାବ ପଡ଼ିଛି । ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଭାରତରେ ତୈଳ ଦର ଉପରେ ବିଶେଷ ପ୍ରଭାବ ପଡିବନି ବୋଲି କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। ଦେଶରେ ଯଥେଷ୍ଟ ଷ୍ଟକ ମହଜୁଦ ରହିଛି। ଭାରତ ଆମଦାନୀ କରୁଥିବା ୫.୫ ମିଲିୟନ ବ୍ୟାରେଲରୁ ୪୦ % ତେଲ ହରମୁଜ ପ୍ରଣାଳୀ ଦେଇ ଆସେ । ତେବେ ଏହି ହରମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଇରାନ ସଂସଦ ମଞ୍ଜୁରୀ ଦେଇଛି । ଏହାପରେ ତେଲ ଦର ବଢିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.