ରକ୍ତରେ ଶର୍କରାର ପରିମାଣ ବଢ଼ିବା କାରଣରୁ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ନକରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ । ଯେଉଁ ଲୋକଙ୍କ ଠାରେ ସୁଗାର୍ ଲେବଲ ସର୍ବଦା ଅଧିକ ଥାଏ ତାଙ୍କୁ ଟାଇପ୍ ୨ ମଧୁମେହ ହେବାର ବିପଦ ଦେଖାଦିଏ । ସେହିପରି ଯେଉଁମାନଙ୍କୁ ପୂର୍ବରୁ ମଧୁମେହ ଥିବା ସତ୍ତେ୍ୱ ସେମାନଙ୍କ ଠାରେ ଶର୍କରା ସ୍ତର ବଢ଼େ ସେମାନଙ୍କ ଠାରେ ଆଖି, ହୃଦୟ ଓ କିଡ୍ନୀ ଆଦି ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦିଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ତେଣୁ ମଧୁମେହର ସ୍ତରକୁ କମାଇବା ପାଇଁ ଭେଣ୍ଡି ଖୁବ୍ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କୁହନ୍ତି । ଭେଣ୍ଡି ତରକାରୀ କିମ୍ବା ଭେଣ୍ଡି ପାଣି ପିଇବା ମଧୁମେହ ରୋଗୀଙ୍କ ପକ୍ଷେ ବେଶ୍ ଫଳପ୍ରଦ ହେବ । ଭେଣ୍ଡିରେ ଅନେକ ପୋଷକ ତତ୍ତ୍ୱ ସହିତ ଫାଇବର, ମାଙ୍ଗାନିଜ୍, ମାଗ୍ନେସିୟମ୍ର ଭରପୂର ମାତ୍ରା ରହିଛି । ଯାହାଫଳରେ ମେଟାବଲିଜିମ୍ ଏବଂ ଶର୍କରା ସ୍ତର ନିୟନ୍ତ୍ରଣାଧୀନ ରହିବ ବୋଲି କୁହାଯାଏ । ରାତିରେ କଟାଭେଣ୍ଡିକୁ ପାଣିରେ ଭିଜେଇ ସକାଳୁ ଖାଲିପେଟରେ ପିଇବା ଦ୍ୱାରା ଉପସମ ମିଳିଥାଏ । ଏଥିରେ ଭିଟାମିନ୍ ଡି ରହିଛି ଯାହା ଆଣ୍ଟିଅକ୍ସିଡାଣ୍ଟ୍ ରୂପେ କାର୍ଯ୍ୟ କରିଥାଏ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସକ୍ଷମ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ତଥାପି କୌଣସି ନିଷ୍କର୍ସରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)