ବଢ଼ିଲା ଓମଫେଡ କ୍ଷୀର ଦର

ଭୁବନେଶ୍ୱର : ଓମଫେଡ୍‌ କ୍ଷୀର ଦାମ୍‌ ବଢ଼ିଛି। ଆଜିଠୁ ଲାଗୁ ହେଲା ନୂଆ ଦର । ବର୍ଦ୍ଧିତ ଦରରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ । ବଜାରକୁ ଏବେ ଏହାର ନୂଆ ଦର ଆସିଛି। ପ୍ରିମିୟମ ଓ ଟୋନଡ୍‌ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାବେଳେ ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଓମଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି, ୩ ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ପୂର୍ବରୁ ଜୁନ୍‌ ୧ରେ କ୍ଷୀରର ଦର ବୃଦ୍ଧି ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ତାହା ଆଜି ଅର୍ଥାତ୍‌ ଶନିବାର(ଜୁନ୍‌ ୨୧)ରୁ ଲାଗୁ ହୋଇଛି। ଫଳରେ ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ୫୨ ଟଙ୍କା ଥିବାବେଳେ ଏବେ ୨ ଟଙ୍କା ବୃଦ୍ଧି ହୋଇ ୫୪ ଟଙ୍କା ହୋଇଛି। ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯାଉଥିବାବେଳେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି । କ୍ଷୀର ଦର ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.