ଭାରତରେ ଆଉ ୩ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରୁ ୭ ବର୍ଷର ପିଲା ରହିଛି

ଦିଲ୍ଲୀ: ଡିସେମ୍ବର ୧୫: ଭାରତରେ ଧୀରେ ଧୀରେ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି । ପୁଣି ଭାରତରେ ଆଉ ୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତ ହେଉଛନ୍ତି ତେଲଙ୍ଗନା ରାଜ୍ୟର ବୋଲି ସୂଚନା ମିଳିଛି । ବିଶେଷ ଖବର ହେଉଛି, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୭ ବର୍ଷ ବୟସର ପିଲା ରହିଛି । ତେବେ ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଏବେ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି ।

ସୂଚନା ଥାଉଯେ, ମହାରଷ୍ଟ୍ରରେ ସର୍ବାଧିକ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୩, ଗୁଜରାଟରୁ ୪, କେରଳ ଏବଂ ଆନ୍ଧ୍ରରୁ ୧, ଦିଲ୍ଲୀରୁ ୬, ତେଲେଙ୍ଗନାରୁ ୩ ଏବଂ ଚଣ୍ଡିଗଡ଼ରୁ ଜଣେ ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପକ୍ଷରେ, ଅନ୍ୟ ରାଷ୍ଟ୍ରରେ ଏହା ଜୋରଦାର ବ୍ୟାପିବାରେ ଲାଗିଛି । ଆମେରିକା ଏବଂ ବ୍ରିଟେନ୍‌ରେ ଓମିକ୍ରନ୍‌ରେ ସର୍ବାଧିକ ଲୋକ ସଂକ୍ରମିତ ହେଉଛନ୍ତି । ବିଟ୍ରେନ୍‌ରେ ପ୍ରାୟ ୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ବିଟ୍ରେନ ସ୍ୱାସ୍ଥ୍ୟ ମନ୍ତ୍ରୀ ଗତକାଲି ସୂଚନା ଦେଇଛନ୍ତି ।

Comments are closed.