କେସିଙ୍ଗା : କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ମହାବିଦ୍ୟାଳୟ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ଼ । ମାଡ଼ ମାରୁଥିବା ଯୁବକ ଜଣଙ୍କ ଦବଙ୍ଗ୍ ଷ୍ଟାଇଲରେ ସିଗାରେଟ ଟାଣି କଲେଜ ଛାତ୍ର ମାନଙ୍କୁ ଠିଆ କରାଇ ଚାପୁଡ଼ା ମାରୁଥିବା ଏକ ଭିଡିଓ ଭାଇରାଲ ହେବାପରେ ଦେଖିବାକୁ ମିଳିଥିଲା I ଛାତ୍ର ମାନେ ମାଡ଼ ଖାଉଥିଲେ ମଧ୍ୟ ଭୟରେ ପାଟି ଖୋଲୁନାହନ୍ତି। ଏହି ଦୃଶ୍ୟ ଉତ୍କେଲା ପେଟ୍ରୋଲ ପମ୍ପ ନିକଟରେ ଘଟିଛି I ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇ ଯୁବକ ଜଣଙ୍କ ସିଗାରେଟ ଟାଣି ଏଇଭଳି କାଣ୍ଡ କରୁଥିଲେ I ତେବେ ପେଟ୍ରୋଲ ପମ୍ପ ନିକଟରେ ଯୁବକ ଜଣଙ୍କ କିଭଳି ସିଗାରେଟରେ ନିଆଁ ଲଗାଇବାକୁ ସାହସ କଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ନିଆଁ ଟାଙ୍କିରେ ଲାଗିଥାନ୍ତା,ଘଟିଥାନ୍ତା ବଡ଼ ଅଘଟଣ I ପୁଲିସ ଏହି ଘଟଣାରେ ଜଣକୁ ଆଣି ପଚରାଉଚରା କରୁଛି । ଯୁବକଙ୍କ ସାଙ୍ଗରେ ଆଉ ତିନି ଜଣ ଯୁବକ ରହିଥିବା ଭିଡିଓ ଶେଷରେ ଦେଖିବାକୁ ମିଳୁଛି । ମାଡ଼ ମାରୁଥିବା ଯୁବକ ଜଣଙ୍କ କୋକୋମୁଣ୍ଡା ଗ୍ରାମର ବବଲୁ ମାଝୀ ବୋଲି କୁହାଯାଉଛି । ହେଲେ ସେ ଭବାନୀପାଟଣା ଅରକାବାହାଲି ପଡାର୍ ବୋଲି ଭିଡିଓରେ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ମାଡ଼ ଖାଇଥିବା ଛାତ୍ରମାନେ ସେମାନଙ୍କ ଅଭିଭାବକ ଓ କଲେଜ ଅଧ୍ୟକ୍ଷଙ୍କ ସହିତ କେସିଙ୍ଗା ଥାନାକୁ ଆସି ଆଜି ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ହେଉଛି।
Comments are closed.