ପ୍ରତି ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନିଆରା ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ କରାଯାଇଥାଏ । ହେଲେ ସ୍ପେନରେ ଏପରି ଏକ ନିଆରା ଉତ୍ସବ ପାଳନ କରାଯାଏ, ଯେଉଁଥିରେ ପରସ୍ପର ଉପରକୁ ଅଣ୍ଡା ଫିଙ୍ଗାଯିବାର ପରମ୍ପରା ରହିଛି । ଏହି ପର୍ବର ନାମ ‘ଏଲ୍ସ ଏନଫାରିନାଟ୍ସ’ । ସ୍ପେନ ଏଲିକାଣ୍ଟେ ପ୍ରଦେଶର ଇବି ସହରରେ ୧୮୫୬ ମସିହାରୁ ଏହି ଅଜବ ଫେଷ୍ଟିଭାଲ୍ ପାଳନ କରାଯାଉଛି ।
ପ୍ରତିବର୍ଷ ୨୮ ଡିସେମ୍ବରକୁ ଏକ ପ୍ରଶାସନିକ ଅଦଳବଦଳ ମଞ୍ଚ ପ୍ରସ୍ତୁତ କରାଯାଏ, ଯେଉଁଠାରେ ବିରୋଧୀ ଦଳର ଲୋକମାନେ ପରସ୍ପରକୁ ଅଣ୍ଡା ଏବଂ ଅଟା ଫିଙ୍ଗିଥାନ୍ତି । ଯେପରିକି ଏପ୍ରିଲ ପହିଲାକୁ ଜର୍ମାନୀ ଏବଂ ଅନ୍ୟ କିଛି ଦେଶରେ ବୋକା ବନାଇବା, ଥଟ୍ଟା ପରିହାସ କରିବା ଏବଂ ପ୍ରାଙ୍କ୍ କରିବାର ପରମ୍ପରା ରହିଛି, ସେହିପରି ୨୮ ଡିସେମ୍ବରରେ ସ୍ପେନରେ ଏହିପରି ଭାବେ ଥଟ୍ଟାମଜା କରାଯାଏ ।
ଜର୍ମାନୀର ଏକ େୱବ୍ସାଇଟ୍ର ରିପୋର୍ଟ ଅନୁସାରେ, ଏଲ୍ସ ଏନଫାରିନାଟ୍ନ ଫେଷ୍ଟିଭାଲ ଦିନ ସେହି ଭୟଙ୍କର ଦିନକୁ ମନେ ପକାଯାଇଥାଏ, ଯେଉଁ ଦିନ ରାଜା ହେରୋଦ ବେଥଲେହମରେ ପିଲାମାନଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେଇଥିଲେ ।
ଏହି ଫେଷ୍ଟିଭାଲ୍ ଦିନ ସରକାର ଅଦଳବଦଳର ମଞ୍ଚ ତିଆରି କରାଯାଏ । ପୁରୁଣା ସାମରିକ ପୋଷାକ ପିନ୍ଧିଥିବା ଅଂଶଗ୍ରହଣକାରୀଙ୍କ ଚେହେରାକୁ ରଙ୍ଗ କରାଯାଇଥାଏ ଏବଂ ସେମାନେ ଗୋଟିଏ ଦିନ ପାଇଁ କ୍ଷମତା ହାସଲ କରିବା ପାଇଁ ପ୍ରୟାସ କରିଥାନ୍ତି ।
ଏମାନଙ୍କ ମଧ୍ୟରୁ ଜଣଙ୍କୁ ମେୟର ବଛାଯାଇଥାଏ, ଯିଏ ସାଧାରଣ ଜନତାଙ୍କ ଉପରେ ଅବୈଧ ଆଇନ ପ୍ରଣୟନ କରନ୍ତି ଏବଂ ଯାହାକୁ ସମସ୍ତେ ପାଳନ କରିବାକୁ ବାଧ୍ୟ କରାଯାଏ ।
ଏପରି ଅବୈଧ ଆଦେଶକୁ ଅନୁପାଳନ କରୁନଥିବା ଲୋକଙ୍କୁ ଦଣ୍ଡ ଦିଆଯାଏ, ଜୋରିମାନା ଲଗାଯାଇଥାଏ ଏବଂ ଏପରିକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ଶରୀରରେ ଅଟା ବୋଳି ଲୋକମାନେ ସକାଳ ୯ଟାରେ ଚର୍ଚ୍ଚ ନିକଟରେ ଏକତ୍ର ହୋଇଥାନ୍ତି ଏବଂ ନ୍ୟାୟ ପାଇଁ ଦାବି କରିଥାନ୍ତି ।
ଏହାପରଠୁ ଆରମ୍ଭ ହୋଇଥାଏ ଯୁଦ୍ଧ । ବିରୋଧୀ ପରସ୍ପର ଉପରକୁ ଅଟା ଏବଂ ଅଣ୍ଡା ଫୋପାଡ଼ିବା ଆରମ୍ଭ କରିଦିଅନ୍ତି ।
ଏହାପରେ ସନ୍ଧ୍ୟାରେ ନାଚଗୀତ ସହ ଏହି ଫେଷ୍ଟିଭାଲକୁ ଶେଷ କରିଥାନ୍ତି । ପର ଦିନ ସମସ୍ତେ ସଫେଇରେ ଲାଗିପଡ଼ିଥାନ୍ତି ।
Comments are closed.