ୟୁକ୍ରେନ୍‌ ସେନାରେ ଯୋଗ ଦେଲେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର ୱାଲି

କିବ୍‌: ରୁଷ୍‌ ସେନାର ଅମାନବୀୟ ଆକ୍ରମଣ ବିପକ୍ଷରେ ଲଢ଼ିବା ପାଇଁ ଏହି ସପ୍ତାହରେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର୍‌ ତଥା ଶ୍ରେଷ୍ଠ ବନ୍ଧୁକଚାଳକ ୱାଲି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି । ସେ ୟୁକ୍ରେନ୍‌ ସେନାରେ ଯୋଗ ଦେଇ ଋଷୀୟ ସେନାକୁ ହତ୍ୟା କରିବେ ।

ୟୁକ୍ରେନ୍‌ ସେନାରେ ଯୋଗ ଦେଲେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର ୱାଲି
‘ରୟାଲ୍‌ କାନାଡିଆନ୍‌ ୨୨ଶ ରେଜିମେଣ୍ଟ୍‌’ରୁ ଅବସର ନେଇଥିବା ୱାଲି କହିଛନ୍ତି, ରୁଷ୍‌ ବିରୋଧରେ ଦେଶର ଲଢ଼େଇରେ ଯୋଗ ଦେବା ପାଇଁ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନସ୍କି ଡାକରା ଦେଇଥିଲେ । ଆଲାର୍ମ ବାଜିଲେ ଦମକଳ କର୍ମଚାରୀଙ୍କୁ ଯେମିତି ଲାଗେ ଠିକ୍‌ ସେମିତି ମୋତେ ଲାଗିଲା ।
ୟୁକ୍ରେନ୍‌ ସେନାରେ ଯୋଗ ଦେଲେ ବିଶ୍ୱର ଶ୍ରେଷ୍ଠ ସ୍ନାଇପର ୱାଲି

୩. ୫ କିଲୋମିଟର ଦୂର ଲକ୍ଷ୍ୟଭେଦ କରିପାରୁଥିବା ୪୦ ବର୍ଷୀୟ ୱାଲି ଦିନକରେ ୪୦ଜଣଙ୍କୁ ଗୁଳି କରି ମାରିବାର ସାମର୍ଥ୍ୟ । ସେ ଜଣେ ଫରାସୀ-କାନଡୀୟ କମ୍ପ୍ୟୁଟର୍‌ ବେଜ୍ଞାନିକ । ସେ ବର୍ତ୍ତମାନ ରୟାଲ୍‌ କାନାଡିଆନ୍‌ ୨୨ତମ ରେଜିମେଣ୍ଟର ଜଣେ ଦକ୍ଷ ସଦସ୍ୟ । ତାଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଆତଙ୍କଦାବୀ ବିରୋଦ୍ଧରେ ଯୁଦ୍ଧ କରିବାକୁ ୨୦୧୫ରେ ଇରାକ ନିୟୋଜିତ କରିଥିଲା । ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସେ ଆଫଗାନିସ୍ତାନ ଯୁଦ୍ଧର କାନ୍ଦାହାର ଥିଏଟର୍‌ ଯୁଦ୍ଧରେ ସେ ଜଡ଼ିତ ଥିଲେ । ୱାଲିଙ୍କ ଘରେ ଏବେ ତାଙ୍କର ପତ୍ନୀ ଓ ଶିଶୁ ପୁତ୍ର ଅଛନ୍ତି ।

Comments are closed.