ବଦ୍ରିନାଥ -କେଦାରନାଥ ଧାମରେ ପୂଜା ପାଇଁ ଅନଲାଇନ୍ ବୁକିଂ ଆରମ୍ଭ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ୩୦ଏପ୍ରିଲରୁ ଆରମ୍ଭ ହେବ। ଏହି ବର୍ଷ ବଦ୍ରିନାଥ ଧାମ ମନ୍ଦିର ୪ ମେ’ରେ ଏବଂ କେଦାରନାଥ ଧାମ ମନ୍ଦିର ୨ମେ’ରେ ଖୋଲିବ। ତେବେ ଏହି ଦୁଇ ଧାମରେ ସ୍ୱତନ୍ତ୍ର ପୂଜା ଏବଂ ଅଭିଷେକ ପାଇଁ ଆଗୁଆ ବୁକିଂ ୧୦ ଏପ୍ରିଲରୁ ଆରମ୍ଭ ହୋଇଛି। ମନ୍ଦିର କମିଟିର ଅଫିସିଆଲ୍ ୱେବସାଇଟ୍ WWW.badrinath-kedarnath.gov.in ରେ ପୂଜାର ଅନଲାଇନ୍ ବୁକିଂ କରାଯାଉଛି।

ତୀର୍ଥଯାତ୍ରୀମାନେ ଜୁନ୍ ୩୦ ପର୍ଯ୍ୟନ୍ତ ମନ୍ଦିର କମିଟି ୱେବସାଇଟ୍ ରୁ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀ କେଦାରନାଥ ଧାମରେ ଅନୁଷ୍ଠିତ ହେବାକୁ ଥିବା ସକାଳ ଓ ସନ୍ଧ୍ୟା ପୂଜା , ବିଶେଷ ପୂଜା ପାଇଁ ବୁକ୍ କରିପାରିବେ। ପୂଜା ପାଇଁ କୌଣସି ଶୁଳ୍କ ବୃଦ୍ଧି କରାଯାଇ ନାହିଁ ।

Comments are closed.