ଅନ୍ୟ ସମସ୍ତ ଅଙ୍ଗଭଳି ଆମର ଓରାଲ କେୟାରର ମଧ୍ୟ ଆବଶ୍ୟକତା ରହିଛି । ତେବେ ନିଜ ପାଟିର ଯନିନେବା ପାଇଁ କିଛି ଟ୍ରିକ୍ ରହିଛି, ଯାହାକୁ ଅନୁକରଣ କରି ଆମେ ନିଜର ପାଟିକୁ ଜୀବାଣୁମୁକ୍ତ ରଖିପାରିବା । ଆସନ୍ତୁ ଜାଣିବା ସେହିଭଳି କିଛି କେୟାର ବିଷୟରେ, ଯାହାକୁ ଘରେ ଅନୁକରଣ କରି ଆମେ ଏକ ହେଲ୍ଦି ଓରାଲ କେୟାର ମେଣ୍ଟେନ୍ କରିପାରିବା ।
– ସବୁବେଳେ ଚେଷ୍ଟା କରନ୍ତୁ ହେଲଦି ଡାଏଟ୍ ଫଲୋ କରିବାକୁ । ମାଢି ସମସ୍ୟା କିମ୍ବା ଦାନ୍ତ କ୍ଷୟ ଭଳି ଅସୁବିଧା ଏସିଡ୍ ଥିବା ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ । ସେହିଭଳି ବେଶି ମିଠା ଖାଇଲେ ମଧ୍ୟ ଏହା ହେବାର ସମ୍ଭାବନା ବଢିଥାଏ । ତେଣୁ ସବୁବେଳେ ହେଲ୍ଦି ଫୁଡ୍ ଖାଇବାକୁ ଚେଷ୍ଟା କରନ୍ତୁ । ନିଜ ଖାଦ୍ୟରେ ସବୁବେଳେ ଫଳ, ପନିପରିବା, ପୋଷକ ତତ୍ୱରେ ଭରପୂର ଖାଦ୍ୟ ସାମିଲ କରନ୍ତୁ । ବିଭିନ୍ନ ପ୍ରୋଟିନ୍, ମିନେରାଲ୍ସ, କ୍ୟାଲସିଅମ ଆଡ କରନ୍ତୁ ।
– ସବୁବେଳେ ହାଇଡ୍ରେଟ୍ ରହିବାକୁ ଚେଷ୍ଟା କରନ୍ତୁ । ଦିନରେ ଅଧିକ ପାଣି ପିଅନ୍ତୁ । ଏହା ଆମ ପାଟିକୁ ନୁ୍ୟଟ୍ରିଲାଇଜï ରଖିବାରେ ସହାୟକ ହୋଇଥାଏ । ପାଣି ପିଇବା ଦ୍ୱାରା କ୍ୟାଭିଟି ଓ ମାଢି ସମସ୍ୟା ଦୂର ହୋଇଥାଏ ।
– ତେବେ ଯଦି ପାଟିରେ କୌଣସି ସମସ୍ୟା ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେହିଭଳି ଦାନ୍ତ ସମସ୍ୟା ନଥିଲେ ମଧ୍ୟ କିଛି ସମୟ ବ୍ୟବଧାନରେ ଡାକ୍ତରଙ୍କୁ ପାଟି ଦେଖାଇ ପରାମର୍ଶ ନେବା ଲାଭଦାୟକ ହୋଇଥାଏ ।
– ସେହିଭଳି ନିଶା ଦ୍ରବ୍ୟ, ପାନ ଆଦି ଯଦି ଖାଉଛନ୍ତି ତେବେ ସେଥିରୁ ଦୂରେଇ ରୁହନ୍ତୁ । ଏଗୁଡିକ ଆମ ଶରୀର ସହିତ ପାଟି ପାଇଁ କ୍ଷତିକାରକ ହୋଇଥାଏ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)