କମଳା ଚୋପାର ବ୍ୟବହାର

ଆମେମାନେ କମଳା ଲେମ୍ବୁକୁ ଖାଇସାରି, ତାହାର ଚୋପାକୁ ଫୋପାଡ଼ି ଦେଉ । ହେଲେ ଆପଣମାନେ ଜାଣିଛନ୍ତି, କମଳା ଭଳି ତାହାର ଚୋପା ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ । ଆଜି କାଲି କମଳା ଚୋପାକୁ ଖାଦ୍ୟରେ ମଧ୍ୟ ବ୍ୟବହାର କରାଗଲାଣି । ଚୋପାର ସୁଗନ୍ଧକୁ ନେଇ ପରଫୁ୍ୟମ୍‌ ମଧ୍ୟ ପ୍ରସ୍ତୁତ ହେଲାଣି । ଏହିପରିକି ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ଚୋପାକୁ ବ୍ୟବହାର କରାଗଲାଣି । ତେବେ ଆସ;ୁ ଜାଣିବା କମଳା ଚୋପାର ଗୁଣ ଓ ଏହାର ବ୍ୟବହାର ବିଷୟରେ ।
କମଳା ଚୋପାର ବ୍ୟବହାର

କମଳା ଭଳି ତାର ଚୋପାରେ ଅନେକ ଭିଟାମିନ ରହିଥାଏ । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ଏଥିରେ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ, ଯାହାକି ଆମ ତ୍ୱଚା ପାଇଁ ବହୁତ ଲାଭଦାୟକ ଓ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ମଧ୍ୟ ହୋଇଥାଏ ।

କମଳା ଚୋପାର ବ୍ୟବହାର
ଏହାର ଚୋପାକୁ ଚା’ କରି ପ୍ରତିଦିନ ସେବନ କଲେ, ହଜମ ଶକ୍ତି ବଢ଼ିଥାଏ ଓ ଗ୍ୟାସ ସମସ୍ୟା ଦୂର ହୁଏ । ଏହାଛଡ଼ା କମଳା ଚୋପାର ଚା’ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।

ପାର୍ଲରରେ କିମ୍ବା ସୌନ୍ଦର୍ଯ୍ୟ କ୍ଷେତ୍ରରେ କମଳା ଚୋପାକୁ ଔଷଧ ଭାବେ ବ୍ୟବହାର କରାଯାଏ । ଚୋପାକୁ ଶୁଖାଇ ଏହାର ପାଉଡରକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି । ଯଦି ଆପଣ କମଳା ଚୋପାର ପାଉଡରକୁ ମହୁ ସହିତ ମିଶାଇ ମୁହଁ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଲଗାନ୍ତି ତେବେ ଆପଣଙ୍କ ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଥାଏ । ଏହାଛଡ଼ା ଏହାକୁ ଦହିରେ ମିଶାଯାଇ ମଧ୍ୟ ଶରୀରରେ ଲଗାଇପାରନ୍ତି । ଖରାଦିନରେ ଶରୀରରେ ଝାଳ ବୋହି ଗନ୍ଧ ବାହାରି ଥାଏ । ଗାଧୋଇଲା ପରେ ମଧ୍ୟ ଏହି ଗନ୍ଧ ଦୂର ହୋଇନଥାଏ । ଏଥିରୁ ମୁକ୍ତି ପାଇବା ପାଇଁ କମଳା ଚୋପା ଗୁଣ୍ଡରେ ଦହି ମିଶାଇ ଶରରୀରେ ଲେପନ କରନ୍ତୁ, ଗନ୍ଧ ତୁରନ୍ତ ଦୂର ହୋଇଯାଏ ଓ କମଳାର ସୁଗନ୍ଧ ଶରୀରରେ ରହିଯାଏ । ଏହି ପ୍ରକି୍ରୟା ବ୍ରଣ ମଧ୍ୟ ଦୂର କରେ ।

କମଳା ଚୋପାର ବ୍ୟବହାର
ଦାନ୍ତ ମୂଳରୁ ଦୁର୍ଗନ୍ଧ ବାହାରୁ ଥିଲେ କିମ୍ବା ରକ୍ତ ବାହାରୁ ଥିଲେ, ଆପଣମାନେ କମଳା ଚୋପାକୁ ବ୍ୟବହାର କରିପାରିବେ । ଏହାର ଚୋପାକୁ ଟାଣ ଖରାରେ ଶୁଖାଇ ଏହାକୁ ଗୁଣ୍ଡରେ ପରିଣତ କରନ୍ତୁ । ଏହାପରେ ସେହି ଗୁଣ୍ଡକୁ ଦାନ୍ତ ମୂଳରେ ଧୀରେ ଧୀରେ ରଗଡି ଘଷନ୍ତୁ । ଏହପରି ପ୍ରତ୍ୟେକ ଦିନ କଲେ ଦାନ୍ତ ସମସ୍ୟା ଦୂର ହୁଏ ।

ଯଦି ଆପଣଙ୍କ ଘରେ କିମ୍ବା ପାଖ ଆଖରେ ମଶାର ପ୍ରାର୍ଦୁଭାବ ରହିଛି, ତେବେ ଆପଣ କମଳା ଚୋପାର ପାଉଡରକୁ ଜଳୁଥିବା କୋଇଲା ଆଞ୍ଚରେ ପକାଇ ଏହାର ଧୂଆଁକୁ ଘରେ ଓ ଏହାର ଚାରିପାଖେ ଦିଅନ୍ତୁ । ମଶା ଓ ମାଛି ଦୂର ହୋଇଯିବେ ।

କମଳା ଚୋପାର ବ୍ୟବହାର
କମଳା ଚୋପାକୁ ଆପଣ ରୁମ ଫ୍ରେସ୍‌ନର ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପାଣିରେ କମଳା ଚୋପାକୁ ପକାଇ ଦିଅ;ୁ , ଏହାସହ କିଛି ଡାଲଚିନି ଓ ଲବଙ୍ଗ ପକାଇ ଦେବା ପରେ ଏହି ପାଣିରୁ ସୁଗନ୍ଧ ବାହାରିଥାଏ । ଯାହାକି ରୁମ ଫ୍ରେସନର ଭଳି କାମ କରିବ ।

କମଳା ଚୋପାର ବ୍ୟବହାର
କେଶ ମୂଳରେ ରୂପିକୁ ହଟାଇବା ପାଇଁ କମଳା ଚୋପାକୁ ବାଟି ଏହାକୁ ମୁଣ୍ଡରେ ଲଗା;ୁ । ଏହା ଦ୍ୱାରା ରୂପି ସମସ୍ୟା ଦୂର ହେବା ସହ କେଶ ଝଡିବା ଓ କେଶ ମୂଳରୁ ଗନ୍ଧ ବାହାରିବା ସମସ୍ୟାରୁ ମୁକ୍ତି ମିଳିବ ।

Comments are closed.