ଭୁବନେଶ୍ୱର: ଅର୍ଥତ‰ଚିଟ୍ ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ବଡ଼ ଝଟକା ଦେଇଛି ହାଇକୋର୍ଟ । ଚିଟ୍ ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରିଛି । ଏହାସହିତ ଉକ୍ତ ମାମଲା ସିବିଆଇ କୋର୍ଟକୁ ନିୟମିତ ଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛି ।
ସୂଚନା ଥାଉଯେ, ଅର୍ଥତ‰ଚିଟ୍ ଫଣ୍ଡ ମାମଲାରେ ଅଶୋକଙ୍କୁ ଗିରଫ କରିଥିଲା । ସିବିଆଇ ଦ୍ୱାରା ଗିରଫ ପରେ ସେ ଜାମିନରେ ମୁକୁଳିଥିଲେ । ପରେ ମାମଲାରୁ ଛାଡ଼ ପାଇବା ଲାଗି ସିବିଆଇ କୋର୍ଟରେ ଅଶୋକ ଅପିଲ କରିଥିଲେ । ସିବିଆଇ କୋର୍ଟ ଏହାକୁ ଖାରଜ କରିବା ପରେ ସେ ଏହ ଅପିଲ୍ ହାଇକୋର୍ଟରେ କରିଥିଲେ । ହେଲେ ହାଇକୋର୍ଟ ଆଜି ଏହି ଅପିଲକୁ ଖାରଜ କରିଛି ।
Comments are closed.