କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କ ପରଲୋକ

ଦିଲ୍ଲୀ: ସେପ୍‌ଟେମ୍ବର ୧୩: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଆଜି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ତାଙ୍କର ସ୍ୱାସ୍ଥାବସ୍ଥ୍ୟା ଖରାପ ରହିଥିଲା । କିଛି ସପ୍ତାହ ପୂର୍ବରୁ ତାଙ୍କ ଦେହ ଅଧିକ ଖରାପ ହୋଇଥିବାରୁ ଚିକିତ୍ସା ନିମନ୍ତେ ମାଙ୍ଗାଲୋର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏନେଇ କଂଗ୍ରେସ ପ୍ରବକ୍ତା ଲାବନ୍ୟା ବଲ୍ଲାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସୂଚନା ଥାଉଯେ, କିଛି ମାସ ପୂର୍ବରୁ ଯୋଗ ଅଭ୍ୟାସ କରିବା ସମୟରେ ଫର୍ଣ୍ଣାଡିସ୍‌ ପଡ଼ିଯାଇଥିଲେ । ଏଥିରେ ତାଙ୍କର ସସ୍ତିଷ୍କରେ ଆଘାତ ଲାଗିଥିଲା । ସ୍ୱର୍ଗୀୟ ଫର୍ଣ୍ଣାଡିସ୍‌ ପରିବହନ, ସଡ଼କ ଓ ରାଜମାର୍ଗ ଏବଂ ଶ୍ରମବିଭାଗ ମନ୍ତ୍ରୀ ରହିସାରିଛନ୍ତି । ଏହାଛଡ଼ା ସେ କର୍ଣ୍ଣାଟକ ରାଜ୍ୟସଭା ସାଂସଦ ଥିଲେ ।

Comments are closed.