ପଞ୍ଜାବର ପପୁଲାର ସିଙ୍ଗର ତଥା ଅଭିନେତା ପରମୀଶ ବର୍ମାଙ୍କୁ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ତାଙ୍କ ଫ୍ୟାନ୍ମାନେ ଦେଖିପାରିବେ । ନିକଟରେ ସେ କ୍ରାଇମ୍ ଥ୍ରିଲର କନେଡାରେ ନିଜର ଓଟିଟି ଡେବୁ୍ୟ କରିଛନ୍ତି । ଏହି େୱବ୍ ସିରିଜ୍ଟି ଜିଓ ହଟ୍ଷ୍ଟାର୍ରେ ଷ୍ଟ୍ରିମ ହେଉଛି । ନିକଟରେ ଏହି ସିରିଜ୍କୁ ନେଇ ପରମିଶ ଏକ ସାକ୍ଷାତକାରରେ ମନଖୋଲି କଥା ହୋଇଛନ୍ତି । ସେହିଭଳି ଏହି ସିରିଜ୍ଟି ତାଙ୍କ ପାଇଁ ଏକ ଆକଫିଂ ସ୍କୁଲ ଭଳି କାମ କରିଛି ବୋଲି ପରମିଶ ମତ ଦେଇଛନ୍ତି । ସେ କେବେ ବି କୌଣସି ଆକଫିଂ ସ୍କୁଲ ଯାଇନାହାନ୍ତି ଅଭିନୟ ଶିଖିବା ପାଇଁ । ଏହି ସିରିଜ୍ରେ ଅଭିନୟ କରିବା ସମୟରେ ସେ ନିଜର ସିନିଅର ଆକଫରଙ୍କ ପାଖରୁ ଅନେକ କିଛି ଶିଖିଥିବା ପ୍ରକାଶ କରିଛନ୍ତି । ସେହିଭଳି ଏହି ସିରିଜ୍ରେ ଅଭିନୟ କରିବା ସମୟରେ ସେ ଯାହା କିଛି ଶିଖିଛନ୍ତି ତାହା ତାଙ୍କୁ କେବଳ ଅଭିନୟ ନୁହେଁ ଜୀବନରେ ମଧ୍ୟ ଖୁବ ସହାୟକ ହେବ ବୋଲି ପରମିଶ ମତ ଦେଇଛନ୍ତି । ସେ ଏହି ସୁଟିଂ ସେଟ୍ରୁ ଯାହା ଶିଖିଛନ୍ତି ତାହା ଜୀବନରେ ବ୍ୟବହାର କରିବେ ଏବଂ ଏକ ସୁନ୍ଦର ଜୀବନ ବଞ୍ଚିପାରିବେ ବୋଲି ସେ ମତ ଦେଇଛନ୍ତି । ଏଥିରେ ପରମିଶ ଅଭିନୟ କରିଥିବା ଚରିତ୍ରର ନାଁ ରହିଛି ନିମ୍ମା । ଏହି ଚରିତ୍ର ଜୀବନରେ ଅନେକ ଚାଲେଞ୍ଜକୁ ଅତିକ୍ରମ କରି ଆଗକୁ ବଢୁଥିବା ପରମିଶ ପ୍ରକାଶ କରିଛନ୍ତି ।
Comments are closed.