ନୂଆଦିଲ୍ଲୀ : ଆତଙ୍କୀ ହମଲାକୁ ନେଇ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସନ୍ଧ୍ୟା ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସିସିଏସ୍ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଆତଙ୍କବାଦୀ ହମଲା ବିରୋଧରେ କଠୋର ପଦକ୍ଷେପ ନିଆଯାଇପାରେ। ପହଲଗାମ୍ ହମ୍ଲା ପରେ ପର୍ଯ୍ୟଟକମାନେ କାଶ୍ମୀର ଛାଡୁଥିବା ଦେଖିବା ମିଳିଛି। ଶ୍ରୀନଗର ବିମାନ ବନ୍ଦରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ସ୍ଵତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସ୍ଵତନ୍ତ୍ର ବିମାନରେ ଯାଇ ଆକ୍ରମଣ ସ୍ଥଳ ପହଲଗାମ୍ ରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା।
ସୂଚନାନୁସାରେ,ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଶ୍ରୀନଗର ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ପହଲଗାମର ବୈଶରନ ଜଙ୍ଗଲ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।
ସେପଟେ ଜମ୍ମୁ ଓ କାଶ୍ମୀର ସରକାର ପହଲଗାମ ଆକ୍ରମଣରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ
।