ଦିଲ୍ଲୀ: ଜୁନ୍ ୨୩: ପାକିସ୍ତାନ ନିଜ ଦେଶର ଆର୍ଥିକ ସଙ୍କଟକୁ ସୁଧାରିବା ପାଇଁ ଚୀନ୍ଠାରୁ ଲଗାତାର ଋଣ ନେଇ ଚାଲିଛି । ଚଳିତ ବର୍ଷ ପାକିସ୍ତାନ ବଡ଼ ଆକାରରେ ଚୀନ୍ଠାରୁ ଋଣ ଆଣିଥିବା ସୂଚନା ରହିଛି । ତେବେ ନିକଟରେ ସେହି ଋଣର କିଛି ଅଂଶ ୨.୩ ମିଲିଅନ୍ ଡଲାର ପରିଶୋଧ କରିବା ପାଇଁ ଚୀନ୍ ବାରମ୍ବାର ପାକିସ୍ତାନ ଉପରେ ଚାପ ପକାଉଛି । ଯାହାକୁ ସମାଧାନ କରିବାକୁ ଯାଇ ପାକିସ୍ତାନ ଏକ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଗିଲଗିଟ୍ ବାଲିଷ୍ଟାନ୍କୁ ପାକିସ୍ତାନ ଦାନରେ ଚୀନ୍କୁ ଦେବ ବୋଲି ‘ଅଲ୍ ଅର୍ବିଆ’ ନାମକ ଏକ ଗଣମାଧ୍ୟମ ସୂଚନା ଦେଇଛି ।
ସୂଚନା ଅନୁସାରେ, କାରାକୋରମ ଜାତୀୟ ଆନ୍ଦୋଳନର ଅଧ୍ୟକ୍ଷ ମୁମତାଜ ନଗରୀ ଆଶଶଙ୍କା ପ୍ରକାଶ କରିଛନ୍ତି ଯେ, ଅବହେଳିତ ହୋଇ ରହିଥିବା ଗିଲଗିଟ ବାଲଇଷ୍ଟାନ୍ ଭବିଷ୍ୟତରେ ରଣକ୍ଷେତ୍ରରେ ପରିଣତ ହୋଇପାରେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେକୌଣସି ସମୟରେ ପାକିସ୍ତାନ ଗିଲ୍ଗିଟ୍ ବାଲିଷ୍ଟାନକୁ ଚୀନ୍କୁ ହସ୍ତାନ୍ତର କରିପାରେ । ଯଦି ଚୀନ୍ ଗିଲ୍ଗିଟ୍ ବାଲିଷ୍ଟାନ ପାଏ, ତେବେ ଦକ୍ଷିଣ ଏସୀୟ ସାମ୍ରାଜ୍ୟ ବୃଦ୍ଧି କରିବା ପାଇଁ ଚୀନ୍ର ବାଟ ଫିଟିଯିବ । ଯାହା ଭବିଷ୍ୟ ପାଇଁ ଏକ ବଡ଼ ବିପଦର ସଙ୍କେତ ଅଟେ ।
Comments are closed.