ପରିବା ମାଳ ପକାଇ ବିରୋଧ

ପାକିସ୍ତାନ: କେବଳ ଭାରତରେ ତେଲ ଓ ପରିବାର ଦର ବୃଦ୍ଧି ହୋଇନାହିଁ । ପାକିସ୍ତାନରେ ମଧ୍ୟ ସମାନ ପରିସ୍ଥିତି ରହିଛି । ତେବେ ଏନେଇ ଭାରତ ତଥା ପାକିସ୍ତାନରେ ବିରୋଧ ଦେଖାଯାଇଛି । ଏହାରି ଭିତରେ ବର୍ତ୍ତମାନ ଜଣେ ପାକିସ୍ତାନୀ ମନ୍ତ୍ରୀଙ୍କର ବିରୋଧ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମନ୍ତ୍ରୀ ଜଣଙ୍କ ନିଆରା ଢଙ୍ଗରେ ବିରୋଧ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଜଣଙ୍କ ନିଜ ବେକରେ ଆଳୁ, ଟମାଟୋ ସହ ବିଭିନ୍ନ ପରିବାର ମାଳ ପକାଇ ବିଧାନସଭାକୁ ଯାଇଛନ୍ତି । ସେ ଏହି ମାଳ ସାଇକେଲ୍‌ ଯୋଗେ ଯାଇଛନ୍ତି ।

ତାଙ୍କର ଏଭଳି ବିରୋଧ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନରେ ହେଉଥିବା ଦରଦାମ ବୃଦ୍ଧିର ବିରୋଧ କରିବାକୁ ଯାଇ ସେ ଏଭଳି କରିଥିବା ଜଣାପଡିଛି । ଗତ ୭୦ ବର୍ଷରେ ପାକିସ୍ତାନରେ ଏଭଳି ଦରଦାମ ବୃଦ୍ଧି ଘଟିନଥିଲା, ତେଣୁ ଏହାର ପ୍ରତିବାଦ ସେ ଏଭଳି କରିଥିବା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ପାକିସ୍ତାନରେ ସମସ୍ତ ଖାଦ୍ୟ ସାମଗ୍ରୀ ସହିତ ଅନ୍ୟାନ ସାମଗ୍ରୀର ମଧ୍ୟ ଦର ବଢିବାରେ ଲାଗିଛି । ଯାହାର ବିରୋଧ ଲୋକଙ୍କ ମଧ୍ୟରେ ଦେଖାଦେଇଛି ।

Comments are closed.