କେଉଁ ଦେବାଦେବୀଙ୍କ ଚତୁପାର୍ଶ୍ବରେ କେତେଥର ପରିକ୍ରମା କରିବା ଉଚିତ ! By Samaya Live On Apr 14, 2020 Share ସମୟ ଲାଇଭ,୧୪/୪: ମଣିଷ ଜୀବନରେ କୌଣସି ସମସ୍ୟା ଦେଇ ଗତି କରୁଥିଲେ ଇଶ୍ୱରଙ୍କ ଆଶ୍ରୟ ନେଇଥାଏ। ଇଶ୍ୱ ରଙ୍କ ଧ୍ୟାନ ପୂର୍ବକ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଦ୍ୱାରା ମାନତ୍କ ଶାନ୍ତି ମିଳେ ବୋଲି ଜ୍ୟୋତିଷ ମାନେ ମତ ଦିଅନ୍ତି। ତେବେ ମନ୍ଦିରରେ ଦେବାଦେବୀଙ୍କ ପୂଜାର୍ଚ୍ଚନା କିଛି ସ୍ୱତନ୍ତ୍ର ବିଧି ରହିଛି। ଭକ୍ତ ମନ୍ଦିର ଗଲେ ମନ୍ଦିର ଚର୍ତୁପାର୍ଶ୍ବରେ ପରିକ୍ରମା ନିଶ୍ଚୟ କରିଥା’ନ୍ତି। ତେବେ ଜାଣି ରଖନ୍ତୁ କେଉଁ ଦେବାଦେବୀଙ୍କ ଚତୁପାର୍ଶ୍ବରେ କେତେଥର ପରିକ୍ରମା କରିବା ଉଚିତ। ଯଦି ଆପଣ ଶିବ ଲିଙ୍ଗ ଦର୍ଶନ କରିବା ପାଇଁ ମନ୍ଦିର ଯାଇଛନ୍ତି ତେବେ ଶିବ ମନ୍ଦିର ଚାରିପଟେ ଅର୍ଦ୍ଧ ପରିକ୍ରମା କରନ୍ତୁ। ଅର୍ଥାତ୍ ଶିବ ମନ୍ଦିର ଚାରିପଟେ ପୂର୍ଣ୍ଣ ଘୂର୍ଣ୍ଣନ କରନ୍ତୁ ନାହିଁ। ସେହିପରି ଆପଣ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ କିମ୍ବା ପବନପୁତ୍ର ହନୁମାନଙ୍କ ଉପାସନା କରୁଥିଲେ ମନ୍ଦିର ଚାରିପଟେ ତିନିଥର ପରିକ୍ରମା କରନ୍ତୁ। ଏପରିକି କୌଣସି ଦେବୀ ମା’ଙ୍କ ଆରାଧନା କରୁଥିଲେ ମଧ୍ୟ ମନ୍ଦିର ଚାରିପଟେ ତିନିଥର ପରିକ୍ରମା କରିବାର ବିଧାନ ରହିଛି। ଭଗବାନ ବିଷ୍ଣୁ କିମ୍ବା ବିଷ୍ଣୁଙ୍କ କୌଣସି ଅବତାରକୁ ପୂଜା କରୁଥିଲେ ମନ୍ଦିର ଚାରିପଟେ ଚାରିଥର ପରିକ୍ରମା କରନ୍ତୁ। ତେବେ ଧ୍ୟାନ ଦିଅନ୍ତୁ ଯେ, ପରିକ୍ରମା ଯେଉଁ ଠାରୁ ଆରମ୍ଭ କରିଥିଲେ ସେହିଠାରେ ହିଁ ଶେଷ କରନ୍ତୁ। ସେହିପରି ପରିକ୍ରମା ସମୟରେ ଇଷ୍ଟଦେବଙ୍କ ନାମ ଜପ କରନ୍ତୁ। ପରିକ୍ରମା ମଝିରେ କଥାବାର୍ତ୍ତା କରନ୍ତୁ ନାହିଁ। ନଚେତ୍ ଏହା ପରିକ୍ରମାରେ ଗଣତି ହୁଏ ନାହିଁ। Share
Comments are closed.