ଭୁବନେଶ୍ଵର, ୧୯/୦୯ : ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି ଦେଇଛନ୍ତି ରାଜ୍ୟ ସରକାର I ରାଜ୍ୟ ସରକାରୀ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ସରକାର ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପିଚ୍ଛିଲା ଭାବେ ଜାନୁଆରୀ ୨୦୨୨ରୁ ମହଙ୍ଗା ଭତ୍ତା ଲାଗୁ ହେବ। ମୁଖ୍ୟମନ୍ତ୍ରୀ Iଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଲା।
ସେହିଭଳି ସଂଶୋଧିତ ହାରରେ ପେନ୍ସନ ପାଉଥିବା ପେନ୍ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ୩% ବୃଦ୍ଧି କରାଯାଇଛି। କର୍ମଚାରୀ ଓ ପେନ୍ସନଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ। ଏହାଦ୍ଵାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ।
Comments are closed.