ଘରୋଇ କ୍ରିକେଟରଙ୍କୁ ଗାଙ୍ଗୁଲିଙ୍କ ବଡ଼ ଉପହାର

ସମୟ ଲାଇଭ,୨୯/୧୦: ବିସିସିଆଇ ସଭାପତି ହେବାର ଦିନ କେଇଟ। ଯାଇନି କିନ୍ତୁ ନିଷ୍ପତି ବଡ଼ ବଡ଼ ନେଲେଣି ସଭାପତି ସୈାରଭ ଗାଙ୍ଗୁଲି। ଏଣିକି ଘରୋଇ କ୍ରିକେଟ ଖେଳାଳୀଙ୍କୁ ଆଉ ହେବାକୁ ପଡ଼ିବନି ଆର୍ଥିକ ସଂକଟର ସମ୍ମୁଖିନ। ଏଥିପାଇଁ ଗାଙ୍ଗୁଲି ନେଇଛନ୍ତି ଏକ ବଡ଼ ନିଷ୍ପତି। ଘରୋଇ କ୍ରିକେଟ ଖେଳାଳିଙ୍କର ଏଣିକି ବୃଦ୍ଧି କରାଯିବ ପାରିଶ୍ରମିକ ଅର୍ଥରାଶି। ଏବେ ଘରୋଇ କ୍ରିକେଟର ମାନେ ବାର୍ଷିକ ୨୫ରୁ ୩୦ ଲକ୍ଷ ଠଟଙ୍କା ପାଉଥବା ବେଳେ ଠିକ ସମୟରେ ବି ପାଉପାହାନ୍ତି ପାଉଣା। କିନ୍ତୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କିଂଛନ୍ତି ଗାଙ୍ଗୁଲି।। ଦେଶରେ ଆନ୍ତର୍ଜାତିକ କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟ ଖେଳାଳୀ ମାନଙ୍କର ବି କରାଯିବ ଚୁକ୍ତିଭିତ୍ତିକ ପାଉଣା। ବିସିସିଆଇକୁ ମିଳୁଥିବା ମୋଟ ରାଜସ୍ୱର ୧୩ ପ୍ରତିଶତ ଘରୋଇ ଖେଳାଳୀ ମାନଙ୍କୁ ଦିଆଯାଏ। ପ୍ରଥମ ଶ୍ରେଣୀ ମ୍ୟାଚ ଗୁଡିକରେ ଖେଳାଳୀ ମାନଙ୍କୁ ଦିନକୁ ୨୫ରୁ ୩୦ ହଜାର ଲେଖାଁଏ ମିଳୁଥବା ବେଳେ ଏହାକୁ କେମିତି ଆହୁରି ବୃଦ୍ଧି କରାଯାଇ ପାରିବ ସେ ଦିଗରେ ମୁଁ କାମ କରିବି ବୋଲି କହିଛନ୍ତି ଗାଙ୍ଗୁଲି।

Comments are closed.