ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା

ମାଘମାସରେ ପଡ଼ୁଥିବା ଅମାବାସ୍ୟାକୁ ମୌନୀ ଅମାବାସ୍ୟା ବା ମୌନ ଅମାବାସ୍ୟା କୁହନ୍ତି । ଏହି ଦିନରେ ଦାନ ଓ ପୁନ୍ୟ କଲେ ଶୁଭଫଳ ମିଳେ । ଏହାସହିତ ଭଗବାନ ବିଷ୍ଣୁଙ୍କ କୃପା ଅର୍ଜନ ହୁଏ । ଶୁଦ୍ଧ ମନଚିତ୍ତରେ ମୌନ ଅମାବାସ୍ୟାର ଯଥାବିଧି କର୍ମ କଲେ ପିତୃଦୋଷରୁ ମୁକ୍ତି ମିଳେ ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।
ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା

ଚଳିତ ବର୍ଷରେ ମୌନ ଅମାବାସ୍ୟା ଫେବୃଆରୀର ୧ରେ ପଡ଼ୁଛି । ଶାସ୍ତ୍ରଅନୁସାରେ, ପିତୃଦୋଷ ପଡ଼ିଲେ କୌଣସି କାମ ଶୁଭ ହୁଏନି । ଘରେ ଅଶାନ୍ତି ଏବଂ କଳହ ଲାଗି ରୁହେ । ବଂଶ ବୃଦ୍ଧିରେ ବାଧା ଉପୁଜିଥାଏ । ଏଣୁ ଏହାର ନିବାରଣ କରିବା ନିହାତି ଜରୁରୀ ।

ବିଧି
ପିତୃଦୋଷରୁ ମୁକ୍ତି ପାଇବା ପାଇଁ ସକାଳୁ ଶୁଦ୍ଧ ହୋଇ ପିତୃପୁରୁଷଙ୍କୁ ଧ୍ୟାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରାଯାଏ । ଜଳ ଲୋଟାରେ ନାଲି ରଙ୍ଗର ଫୁଲ ଓ କଳା ରାଶୀ ପକାଯାଏ । ଏହାପରେ ପିତୃପୁରୁଷଙ୍କ ଅତ୍ମାର ଶାନ୍ତି ପାଇଁ ପାର୍ଥନା କରାଯାଏ ।
ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା

ପୂଜାପାର୍ଥନା ପରେ ଅଶ୍ୱ‹ ଗଛ ମୂଳରେ ଏକ ଧଳା ମିଠା ଥୋଇ ସେହି ଗଛର ଚାରିପାଖେ ୧୦୮ ଥର ପରିକ୍ରମା କରାଯାଏ । ଏହି ଅମାବାସ୍ୟା ଦିନରେ କୌଣସି ଅଭାବୀ ବ୍ୟକ୍ତିଙ୍କୁ ରାଶୀ ଲଡ଼ୁ, ରାଶୀ ତେଲ, ଅଁଳା ଏବଂ ବସ୍ତ୍ର ଦାନ କରାଯାଏ ।

ବାସ୍ତୁ ଅନୁସାରେ କରନ୍ତୁ ପିତୃଦୋଷ ନିବାରଣ
ପିତୃଦୋଷ ନିବାରଣ ସମୟେ ବାସ୍ତୁ ଉପରେ ମଧ୍ୟ ଧ୍ୟାନ ରଖିବା ଜରୁରୀ । ଏକ ଧଳା ରଙ୍ଗର କପଡ଼ାରେ କିଛି ରାଶୀ ରଖି ଦକ୍ଷିଣ ଦିଗରେ ସ୍ଥାପନ କରନ୍ତୁ । ତାହା ଉପରେ ପିତ୍ତଳ କିମ୍ବା ତମ୍ବାର ଏକ ଯନ୍ତ୍ରାଂଶ ରଖନ୍ତୁ ।
ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା
ଏହାର ଠିକ୍‌ ବାମ ପଟରେ ପିତୃଆତ୍ମାଙ୍କ ଶାନ୍ତି ପାଇଁ ରାଶୀ ତେଲରେ ଜଳୁଥିବା ଏକ ଦୀପ ରଖନ୍ତୁ । ଏହାପରେ ଜଳରେ ଭରା ଏକ ଲୋଟା ସେହି ସ୍ଥାନର କେନ୍ଦ୍ରରେ ରଖନ୍ତୁ । ଲୋଟାକୁ ଏକ ଘୋଡ଼ଣୀରେ ଘୋଡ଼ାଇ ତାହା ଉପରେ ରାଶୀରେ ପ୍ରସ୍ତୁତ ରୁଟି ରଖି ତା’ ଉପରେ ତୁଳସୀ ପତ୍ର ରଖନ୍ତୁ । ଏହାଉପରେ ଧଳା ଫୁଲ ଚଢ଼ାଇ ଚନ୍ଦନର ତିଲକ କରନ୍ତୁ ଏବଂ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ପାର୍ଥନା କରନ୍ତୁ । ପାର୍ଥନା ପରେ ଲୋଟାର ଘୋଡ଼ଣୀ ଉପରେ ଥୋଇଥିବା ରୁଟିକୁ ଚାରି ଭାଗ କରି ଗୋଟିଏ ଭାଗ କୁକୁର, ଅନ୍ୟ ଏକ ଭାଗକୁ ଗାଈ, ତୃତୀୟ ଏକ ଭାଗ କାଉକୁ ଖୁଆନ୍ତୁ ଏବଂ ଚତୁର୍ଥ ଭାଗ ଅଶ୍ୱ‹ ଗଛ ମୂଳରେ ଥୋଇଦିଅନ୍ତୁ ।

ପିତୃଦୋଷରୁ ମୁକ୍ତି ଦିଏ ମୌନ ଅମାବାସ୍ୟା
ଧ୍ୟାନ ରଖନ୍ତୁ ଯେ, ଏହିସବୁ କାମ କଲା ସମୟରେ ମୌନ ରହିବା ନିହାତୀ ଜରୁରୀ ।

Har Ghar Tiranga