‘ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲି, ଗାଡି ମୋ ପାଖରେ ରହିବ’

ଭୁବନେଶ୍ବର: ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍‌‌ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ ତ୍ରିପାଠୀ କହିଛନ୍ତି।

ପୀୟୁଷ ପ୍ରକାଶ କରିଛନ୍ତି ଯେ, ଛୋଟ କଥାରୁ ବିବାଦ ହୋଇଥିଲା, ଆଶା କରୁଛି ଏହାର ଅନ୍ତ ହେଲା ବୋଲି । ସ୍ୱାସ୍ଥ୍ୟଗତ ଏବଂ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବି ନାହିଁ। ଯଦି ସିନେମାର ଅଫର ଆସେ ତେବେ ସିନେମା ମଧ୍ୟ କରିବି । ଯେହେତୁ ମୁଁ ଜଣେ କଳାକାର, ଅଭିନୟ କରିବା ମୋର ନିଶା । ୬ ମାସ ମଧ୍ୟରେ ଗାଡିର ସମସ୍ତ ଇନଷ୍ଟଲମେଣ୍ଟ ମୁଁ ଭରିବି, ଗାଡି ମୋ ପାଖରେ ରହିବ ।

Comments are closed.