ଭୁବନେଶ୍ବର ଛାଡି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଖେଳାଳି

ଭୁବନେଶ୍ୱର : ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଭୁବନେଶ୍ୱର ଛାଡି ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଭାରତ – ଇଂଲଣ୍ଡ ଦଳର ଖେଳାଳି । ଗତକାଲି (ରବିବାର) ଦମଦାର ବିଜୟ ପରେ ଆଜି ବାହାରିଲେ ଖେଳାଳି । ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ବିମାନ ବନ୍ଦର ଅଣାଯାଇଛି । ୧୨ ତାରିଖରେ ଅହମ୍ମଦାବାଦରେ ସିରିଜର ଶେଷ ମ୍ୟାଚ ଖେଳିବ ।

ସୂଚନାନୁସାରେ, ରବିବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ରବିବାର ଦିନ ବାରବାଟୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ବୃହତ ବିଜୟ ହାସଲ କରିଛି I ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୩୦୫ ରନ ଲକ୍ଷ ଧାର୍ଯ୍ୟ କରିଥିଲା । ମାତ୍ର ରୋହିତ ଶର୍ମାଙ୍କ ଶତକ ସହ ଭାରତ ୪୪ .୩ ଓଭରରେ ୩୦୮ ରନ କରି ମ୍ୟାଚ ଜିତିବା ସହ ଦିନିକିଆ ସିରିଜ ଜିତିନେଇଥିଲା I ଇଂଲଣ୍ଡକୁ ୪ ୱିକେଟରେ ହରାଇଥିଲା ଟିମ ଇଣ୍ଡିଆ । ଦୀର୍ଘ ୫ ବର୍ଷପରେ ବାରବାଟୀ ଷ୍ଟାଡିୟମରେ ଓଡିଆଇ ଖେଳ ଆୟୋଜିତ ହୋଇଥିଲା।

ରବିବାର ମ୍ୟାଚ ସରିବା ପରେ ଖେଳାଳିମାନେ ଭୁବନେଶ୍ବର ଫେରି ଆସିଥିଲେ । ବିଶ୍ରାମ ନେବା ପରେ ବର୍ତ୍ତମାନ ହୋଟେଲରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି । ସମସ୍ତେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଖେଳାଳି ମାନେ ହୋଟେଲରୁ ବାହାରିବା ବେଳେ ଅସଂଖ୍ୟ ଖେଳ ପ୍ରେମୀ ତାଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତା ଦୁଇ ପାଖରେ ଭିଡ଼ ଲଗାଇ ଥିଲେ ଏହାସହ ନିଜ ନିଜ ମୋବାଇଲରେ ଖେଳାଳିଙ୍କ ଫୋଟୋ କ୍ୟାପଚର କରିଥିଲେ ।

Har Ghar Tiranga