ଭୁବନେଶ୍ୱର: ମେ ୨୮:ଆସନ୍ତା ମାସ ଜୁନ୍ ୨ରୁ ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ଖାତା ମୂଲ୍ୟାୟନ ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଖାତା ମୂଲ୍ୟାୟନ ହେଉଥିଲା ବେଳେ ଜୁନ୍ ୧୩ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ୬୪ କେନ୍ଦ୍ରରେ ଅଫ୍ଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନ୍ଲାଇନ୍ ମୂଲ୍ୟାୟନ ହେବ ।
ସୂଚନା ଥାଉଯେ, ଗତ ଏପ୍ରିଲ ୨୮ରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ଜୁନ୍ ମାସ ୪ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷାରେ ରାଜ୍ୟରୁ ମୋଟ୍ ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସୂଚନା ମିଳିଛି ।
Comments are closed.