ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ସ୍କିମର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’ । ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି । କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରେ ଏହି ସ୍କିମର ଘୋଷଣା କରିଛନ୍ତି ।

ସବସିଡଯୁକ୍ତ ସାର କ୍ଷେତ୍ରରେ ସିଙ୍ଗଲ ବ୍ରାଣ୍ଡ ‘ଭାରତ’ ନାମରେ ନାମିତ କରିଛନ୍ତି ମୋଦି । ମୁଖ୍ୟତ ସାର ଗୁଡ଼ିକର କ୍ରସ ମୋମେଣ୍ଟରେ ଉପୁଜୁଥିବା ସମସ୍ୟାକୁ ଦୂରୀକରଣ କରାଯାଇପାରିବ । ସିଙ୍ଗଲ ବ୍ରାଣ୍ଡ ଯୋଗୁ ସ୍ୱ୍ୱଚ୍ଛତା ରହିବ ଓ ଅଧିକ ଭଡ଼ା ଦାବି ନେଇ ହେଉଥିବା କଳାବଜାରୀକୁ ରୋକି ହେବ । ମୁଖ୍ୟତଃ ୟୁରିଆ, ଡାଇ ଆମୋନିୟମ ଫସଫେଟ(ଡିଏପି), ପୋଟାସ(ଏମଓପି) ଏବଂ ଏନପିକେ ପ୍ୟାକେଟ ଉପରେ ଭାରତ ବ୍ରାଣ୍ଡରେ ଉବଲବ୍ସ କରିବାକୁ ମୋଦି ଘୋଷଣା କରିଛନ୍ତି ।

ଏହି ଅବସରରେ ମୋଦି ମଧ୍ୟ ୬୦୦ ପିଏମ କିଷାନ ସମୃଦ୍ଧି କେନ୍ଦ୍ର(ପିଏମ-କେଏସକେ)ର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା କୃଷକମାନେ ଚାଷ ସମ୍ଭନ୍ଧୀୟ କିଣା-ବିକାର ସବୁ ସୁବିଧା ଗୋଟିଏ ଜାଗାରୁ ପାଇପାରିବେ । ଏହି ଯୋଜନାରେ ପର୍ଯ୍ୟାୟ ଅନୁସାରେ କେନ୍ଦ୍ର ସରକାର ୩.୩ ଲକ୍ଷ ଖୁଚୁରା ସାର ବିକ୍ରୟ କେନ୍ଦ୍ର ଖୋଲିବାକୁ ଯୋଜନା ରଖିଛନ୍ତି । ଏହି କେନ୍ଦ୍ରରୁ ଚାଷୀମାନେ କୃଷି ସମ୍ଭନ୍ଧୀୟ ଆନୁସଙ୍ଗିକ ଉପକରଣ ନେବା ସହ ଉନ୍ନତମାନର ଚାଷ ଲାଗି ପରାମର୍ଶ ମଧ୍ୟ ନେଇ ପାରିବେ । ଏଥିସହ ଏହି କେନ୍ଦ୍ରରେ ମାଟି , ମଞ୍ଜି ଓ ସାର ପରୀକ୍ଷା ହୋଇ ପାରିବ ।

ସେହିପରି ଏହି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଳବ୍ଧ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ । ସେହିପରି ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଏଜ୍‌ ନାମକ ଏକ କୃଷି ଭିତ୍ତିକ ପତ୍ରିକାର ଶୁଭାରମ୍ଭ କରିଛନ୍ତି ମୋଦି । ଏହି ପତ୍ରିକା ମାଧ୍ୟମରେ ଘରୋଇ ଏବଂ ଅନ୍ତର୍ଜାତୀୟ ସାର ସମ୍ଭନ୍ଧୀୟ ସୂଚନା ପ୍ରକାଶ ପାଇବ । ସାମ୍ପ୍ରତିକ କୃଷି କ୍ଷେତ୍ରରେ ବିକାଶ, ବିଭିନ୍ନ ଉତ୍ପାଦନ ସମ୍ପର୍କରେ ଦର ବିଷୟରେ ଚାଷୀମାନେ ତଥ୍ୟ ପାଇପାରିବେ ।

Comments are closed.