ଉଜ୍ଜୟିନୀ: ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଉପସ୍ଥିତ ଥିବା ଦେଖାଯାଇଥିଲା । ଶ୍ରୀ ମହାକାଳ ଲୋକ କରିଡରର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜୟିନୀରେ ପହଞ୍ଚି ପ୍ରଥମେ ନନ୍ଦୀଙ୍କ ଦର୍ଶନ କରିଥିଲେ ଏବଂ ପରେ ମହାକାଳଙ୍କ ଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଥିବା ମହାକାଳ ମନ୍ଦିରରେ ପ୍ରାର୍ଥନା କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିବା ଦେଖାଯାଇଥିଲା ।
ସୂଚନା ମୁତାବକ, ଶ୍ରୀ ମହାକାଳ ଲୋକ କରିଡରରେ ୮୫୬କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୁଇଟି ପର୍ଯ୍ୟାୟରେ ଏହାର ନିର୍ମାଣ କରାଯାଉଛି । ୨.୮ ହେକଫର ଉପରେ ବିସ୍ତାରିତ ମହାକାଳ ମନ୍ଦିରର ପରିସର ୪୭ ହେକଫର ହେବ । ଏଥିରେ ୯୪୬ ମିଟରର ଲମ୍ବା କରିଡର ରହିଛି, ଯାହା ଉପରେ ଚାଲି ଚାଲି ଭକ୍ତମାନେ ଗର୍ଭଗୃହରେ ପହଞ୍ଚିବେ । ମହାକାଳ ଲୋକରେ ଭଗବାନ ଶିବଙ୍କ ଲୀଳା ଉପରେ ଆଧାରିତ ୧୯୦ଟି ପ୍ରତିମା ସ୍ଥାପନ କରାଯାଇଛି । ଏହା ବ୍ୟତୀତ ୧୦୮ଟି ସ୍ତମ୍ଭ ସ୍ଥାପିତ ହୋଇଛି । ଏହା ସହ ଏହି ପରିସରରେ ୧୮ଫୁଟର ୮ଟି ବଡ ପ୍ରତିମା ମଧ୍ୟ ସ୍ଥାପନ କରାଯାଇଛି ।
– ୯୦୦ ମିଟର ବ୍ୟାପୀ ଉଜ୍ଜୟିନୀର ମହାକାଳ କରିଡର
– ମହାକାଳ ମନ୍ଦିରରୁ କ୍ଷିପ୍ରା ନଦୀ ଯାଏଁ ରହିଛି ୧୫୨ କୋଠା
– ଶିବ ପୂରାଣ ଆଧାରରେ ତିଆରି ହୋଇଛି ଏହି ମୂର୍ତ୍ତିଗୁଡିକ
– କ୍ୟୁଆର କୋର୍ଡକୁ ସ୍କାନ କଲେ ଜାଣିହେବ ମୂର୍ତ୍ତିର କାହାଣୀ
– ଦ୍ୱିତୀୟ ପର୍ଯ୍ୟାୟରେ ମହାରାଜୱାଡାର ବିକାଶ ଯୋଜନା ଅଛି
– ମହାକାଳ ଗେଟ୍ ଓ ପୁରୁଣା ରାସ୍ତାର ଉନ୍ନତିକରଣ ହେବ
– ରୁଦ୍ରସାଗର ଓ ହରି ଫାଟକ ବ୍ରିଜର ବିକାଶ କରାଯିବ
– ରୁଦ୍ରସାଗରରେ ଲାଗିବ ମ୍ୟୁଜିକାଲ ଫାଉଂଟେନ୍
– ରାମଘାଟ୍ ଓ ବେଗମ ବାଘ ରାସ୍ତାର ଉନ୍ନତିକରଣ ହେବ
– ମହାକାଳ ମନ୍ଦିରରେ ଲାଗିବ ଜରୁରିକାଳୀନ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର
– ମହାକାଳ ମନ୍ଦିର କ୍ୟାମ୍ପସକୁ ଲାଗିବ ମହାରାଜୱାଡାର କୋଠା
– ଐତିହ୍ୟ ଧର୍ମଶାଳା ସାଙ୍ଗକୁ କୁମ୍ଭ ମ୍ୟୁଜିୟମ ପ୍ରତିଷ୍ଠା ହେବ
– ମହାରାଜୱାଡାରେ ହେବ ନକ୍ଷତ୍ର ବାଟିକା
– ଫୁଡକୋର୍ଟ ଓ ଏଂଟରଟେନମେଣ୍ଟ ଜୋନ ରହିବ
– ୧୮୦ କର ରହିବା ଭଳି ପାର୍କିଂ ଏରିଆ କରାଯିବ
– ପର୍ଯ୍ୟଟକଙ୍କ ପାଇଁ ରହିବ ସୂଚନା କେନ୍ଦ୍ର
Comments are closed.